ଡବ୍ଲ୍ୟଏମଓର କାର୍ଯ୍ୟକାରିଣୀକୁ ନିର୍ବାଚିତ ହେଲେ ଡ. ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ଵର : ଡବ୍ଲ୍ୟଏମଓର କାର୍ଯ୍ୟକାରିଣୀକୁ  ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ନିର୍ବାଚିତ ହୋଇଛନ୍ତି । ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ସେ ଏହି ଦାୟିତ୍ଵରେ ରହିବେ ।

ଜେନିଭାରେ ଅନୁଷ୍ଠିତ ବିଶ୍ବ ପାଣିପାଗ ସଂଗଠନ (ଡବ୍ଲ୍ୟଏମଓ)ର ଉଦଯାପନୀ କାଯ୍ୟକ୍ରମରେ ଡକ୍ଟର ମହାପାତ୍ର କାର୍ଯ୍ୟକାରିଣୀକୁ ନିର୍ବାଚିତ ହୋଇଛନ୍ତି। ଡକ୍ଟର ମହାପାତ୍ରଙ୍କୁ ୧୪୩ ରାଷ୍ଟ୍ରଙ୍କ ମଧ୍ୟରୁ ୧୧୦  ରାଷ୍ଟ୍ରର ସମର୍ଥନ ମିଳିଛି।  ସୂଚନାଯୋଗ୍ୟ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଭାବେ ଅଗଷ୍ଟ ୧ତାରିଖରୁ ସେ ଦାୟିତ୍ଵ ଗ୍ରହଣ କରିବେ। ଏବେ ସେ ଆଇଏମଡିର ଏଡିଜି ରୂପେ କାର୍ଯ୍ୟ କରୁଛନ୍ତି ।

ପୂର୍ବରୁ ସେ ଆଇଏମଡି ବାତ୍ୟା ସୂଚନା କେନ୍ଦ୍ରର ମୁଖ୍ୟ ଥିଲେ । ଅନେକ ବାତ୍ୟା ଓ ଝଡରର ସଠିକ୍ ଆକଳନ କରି ସେ ବ୍ୟାପକ ଧନଜୀବନର ହାନୀ ରୋକିବା ଦିଗରେ ସହାୟତା କରିଛନ୍ତି ।

Comments are closed.