ଡା. ଜୟନ୍ତ ପଣ୍ଡା ରାଜ୍ୟ ଭେଷଜ ସଂଘ ଅଧ୍ୟକ୍ଷ

କଟକ: ଭାରତୀୟ ଭେଷଜ ସଂଘ ଓଡ଼ିଶା ଶାଖାର ୨୦୨୨ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।
କଟକ ବଡ଼ ଡାକ୍ତରଖାନାର ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଜୟନ୍ତ ପଣ୍ଡା ରାଜ୍ୟ ଶାଖାର ଅଧ୍ୟକ୍ଷଭାବେ ମନୋନୀତ ହୋଇଛନ୍ତି। ଆପୋ​‌େ​‌ଲା ହସ୍ପିଟାଲର ଡା. ମନୋଜ ଛୋଟରାୟ-ଉପାଧ୍ୟକ୍ଷ ଡା. ନୀହାର ମହାନ୍ତି-ସମ୍ପାଦକ, ଡା. ସୁଧାଂଶୁ ସେଠୀ-କୋଷାଧ୍ୟକ୍ଷ, ଡା. ସୁନୀତା ସେଠୀ-ଯୁଗ୍ମସମ୍ପାଦକ ଏବଂ ଡା. ଲଲାଟେନ୍ଦୁ ମହାନ୍ତି, ଡା. ଅମିତାଭ ମହାନ୍ତି କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହୋଇଛନ୍ତି। କରୋନା ସଂକ୍ରମଣ ପାଇଁ ସଂଘର ନିର୍ବାଚନ ଇ-ଭୋଟିଂ ମାଧ୍ୟମରେ ହୋଇଥିଲା। ଡା. ଭାରତ ପାଣିଗ୍ରାହୀ, ଡା, ସନ୍ତୋଷ ସ୍ୱାଇଁ ଏବଂ ଡା. ଏସକେ ମହାପାତ୍ର ଏହି ଇ-ଭୋଟିଂ ନିର୍ବାଚନ ପରିଚାଳନା କରିଥିଲେ।

Comments are closed.