କୋବାସ-୬୮୦୦ ଟେଷ୍ଟିଂ ମେସିନ୍‍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ

୨୪ ଘଣ୍ଟାରେ ୧୨୦୦ ନମୁନାର ନିର୍ଭୁଲ ତଥା ସଠିକ୍‍ ପରୀକ୍ଷା ହେବ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗୁରୁବାର କୋବାସ-୬୮୦୦ ଟେଷ୍ଟିଂ ମେସିନ୍‍କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। କୋଭିଡ୍‍-୧୯ ନମୁନାର ପରୀକ୍ଷା ପାଇଁ ସରକାର ସଂଗ୍ରହ କରିଥିବା ଏହା ହେଉଛି ଏଧରଣର ପ୍ରଥମ ମେସିନ୍‍ । ଏହାକୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର -ଏନସିଡିସି ଠାରେ ସ୍ଥାପନ କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ଏନସିଡିସି କଣ୍ଟ୍ରୋଲ୍‍ ରୁମ୍‍ ଓ ପରୀକ୍ଷାଗାରକୁ ଯାଇ କୋଭିଡ୍‍-୧୯ ପରୀକ୍ଷାର ସ୍ଥିତାବସ୍ଥା ବିଷୟରେ ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, କୋବାସ-୬୮୦୦ ଏକ ଅତ୍ୟାଧୁନିକ ଯନ୍ତ୍ର, ଯାହା ମଧ୍ୟରେ ରୋବଟିକ୍ସର ବ୍ୟବହାର କରାଯାଇଛି। ଏହା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସଂକ୍ରମଣର ହାର କମ୍‍ କରିବ ।

ଭୂତାଣୁ ପରୀକ୍ଷା କ୍ଷମତା ବୃଦ୍ଧି ଦିଗରେ ଏ ପର୍ଯ୍ୟନ୍ତ ମିଳିଥିବା ସଫଳତା ବିଷୟରେ ଉଲ୍ଲେଖ କରି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ସରକାର ବର୍ତ୍ତମାନ ଦୈନିକ ୧ଲକ୍ଷ ନମୁନାର ପରୀକ୍ଷା କରିବାକୁ ସକ୍ଷମ । ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୨୦ଲକ୍ଷ କୋଭିଡ୍‍-୧୯ ନମୁନା ପରୀକ୍ଷା କରାଯାଇଛି। ଏଥିପାଇଁ ୩୫୯ଟି ସରକାରୀ ପରୀକ୍ଷାଗାର ଓ ୧୪୫ଟି ବେସରକାରୀ ପରୀକ୍ଷାଗାର ସମେତ ମୋଟ୍‍ ୫୦୦ରୁ ଊର୍ଦ୍ଧ୍ବ ପରୀକ୍ଷାଗାରକୁ ଅନୁମତି ପ୍ରଦାନ କରାଯାଇଛି ।   ବର୍ତ୍ତମାନ ଏନସିଡିସି ପାଖରେ କୋବାସ-୬୮୦୦ ମେସିନ୍‍ ରହିଛି । କୋବାସ-୬୮୦୦ ମେସିନ୍‍ ୨୪ ଘଣ୍ଟାରେ ୧୨୦୦ ନମୁନାର ନିର୍ଭୁଲ ତଥା ସଠିକ୍‍ ପରୀକ୍ଷା କରି ରିପୋର୍ଟ ଦେବ । ଏହାଦ୍ୱାରା ଦେଶର କୋଭିଡ୍‍-୧୯ ନମୁନା ପରୀକ୍ଷା ଦକ୍ଷତା ବହୁମାତ୍ରାରେ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

Comments are closed.