ଫୌସି ମାନିଲେ- କୋଭିଡ୧୯ ଲାବୋରେଟୋରୀରେ ପ୍ରସ୍ତୁତ କରାଯାଇଥାଇପାରେ

ୱାଶିଂଟନ: ଆମେରିକାର ତୁଙ୍ଗ କରୋନା ଭୂତାଣୁ ପରାମର୍ଶଦାତା ଡା.ଆନ୍ଥୋନି ଫୌସି ଶେଷରେ ସ୍ୱୀକାର କରିଛନ୍ତି ଯେ କରୋନା ଭୂତାଣୁକୁ ଲାବୋରେଟୋରୀରେ ପ୍ରସ୍ତୁତ କରାଯାଇଥାଇପାରେ। ୨୦୨୦ ଫେବ୍ରୁଆରୀରୁ ବିଶ୍ୱର ବହୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଭଳି ଆଶଙ୍କା ପ୍ରକାଶ କରୁଥିବାବେଳେ ଫୌସି ଶେଷରେ ସେମାନଙ୍କ କଥାରେ ସହମତ ହୋଇଛନ୍ତି। ସେ କହିଛନ୍ତି ଏହା ଦୈବାତ୍‍ ଲାବୋରେଟୋରୀରୁ ବାହାରକୁ ଆସିଥାଇପାରେ। କିନ୍ତୁ ତାଙ୍କର ଯାହା ବିଶ୍ୱାସ ଏହା ସମ୍ଭବତଃ ଚିଡିଆଖାନାରେ ଥିବା ପ୍ରାଣୀଙ୍କ ଶରୀରରୁ ମୂଳତଃ ଉତ୍ପତ୍ତି ହୋଇଛି। ଫୌସିଙ୍କର ଏଭଳି ମନ୍ତବ୍ୟ ପରେ କରୋନା ଭୂତାଣୁ ଚୀନର ଉହାନ ଲାବୋରେଟୋରୀରୁ ସୃଷ୍ଟି ହୋଇଥିବା ବିତର୍କ ଏବେ ଜୋର୍‍ ଧରିଛି।
ଚଳିତ ମାସ ପ୍ରଥମ ସପ୍ତାହରେ ୱାଲଷ୍ଟ୍ରିଟ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଚୀନର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ତିନିଜଣ ଗବେଷକ ୨୦୧୯ ନଭେମ୍ବରରେ ସେମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ କହିଥିଲେ। ତାହାର ମାସକ ପରେ କୋଭିଡ-୧୯ ଭଳି ଲକ୍ଷଣରେ ଜଣେ ଲୋକର ମୃତ୍ୟୁ ଘଟିଥିଲା।

Comments are closed.