ଡ.ବିମଳେନ୍ଦୁ ମହାନ୍ତିଙ୍କ ୮୩ ତମ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍, ସ୍ତମ୍ଭକାର, ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରଥମ କୁଳପତି ତଥା ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ଡ.ବିମଳେନ୍ଦୁ ମହାନ୍ତିଙ୍କ ୮୩ତମ ଜନ୍ମ ଦିନରେ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ତାଙ୍କ ନୂଆପଲ୍ଲୀସ୍ଥିତ ବାସଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଡ.ମହାନ୍ତିଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ.ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପୌରହିତ୍ୟ କରିଥିଲେ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ କହିଥିଲେ ଯେ ଡ.ବିମଳେନ୍ଦୁ ମହାନ୍ତି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ସ୍ୱାଗତ ଭାଷଣରେ ମହାବୋଧି ସମିତିର ଟ୍ରଷ୍ଟି ଡ.ସୌରେନ୍ଦ୍ର କୁମାର ମହାପାତ୍ର କହିଥିଲେ ଯେ ଭଗବାନ ତଥାଗତ ବୁଦ୍ଧଙ୍କ ଉପରେ ଡ.ମହାନ୍ତିଙ୍କ ଲେଖନୀ ଚାଳନା ତାଙ୍କୁ ଜୀବନ୍ତ ବୁଦ୍ଧରେ ପରିଣତ କରିଦେଇଛି। ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ଦୀର୍ଘଜୀବନ କାମନା କରି ଆଶୀର୍ବାଦ ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ସତ୍ୟସାଇ ଲୋକସେବା ଟ୍ରଷ୍ଟର ଡ.ବଦ୍ରିନାଥ ପଟ୍ଟନାୟକ, ସ୍ୱାମୀ ବ୍ରହ୍ମାନନ୍ଦ ଟ୍ରଷ୍ଟର ଡ.ଆର୍ଯ୍ୟ କୁମାର ହର୍ଷବର୍ଦ୍ଧନ, ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଡଃ ମନୋଜ ଲେଙ୍କା, ରାଜ୍ୟ ଶିକ୍ଷା ପରିଷଦର ଯୁଧିଷ୍ଠିର ଖଟୁଆ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଗବେଷକ ଡ. ଅସିତ୍ ମହାନ୍ତି, ଅଧ୍ୟାପକ ଦାସ ବେନହୁର, କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ଅଧ୍ୟାପକ ପ୍ରଣବ ପାଟ୍ଟଯୋଶୀ, ପ୍ରଫେସର ବୁଦ୍ଧଦେବ ମିଶ୍ର, ପ୍ରଫେସର ବିକାଶ ପଣ୍ଡା, ଚିତ୍ରଲେଖା ମହାନ୍ତି, ଅନିଲ୍ ଧୀର, ଓକିଲ ସିଦ୍ଧାର୍ଥ ଦାସ ପ୍ରମୁଖ ଡ.ବିମଳେନ୍ଦୁ ମହାନ୍ତିଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଡ. ମହାନ୍ତିଙ୍କ ପତ୍ନୀ ଅଧ୍ୟାପିକା ଡ. ବେଦବତୀ ମହାନ୍ତି ଅତିଥିମାନଙ୍କୁ ଧନ୍ୟବାଦ ଦେବା ସହ ମିଷ୍ଠାନ୍ନରେ ଆପ୍ୟାୟିତ କରିଥିଲେ।

Comments are closed.