ଡ଼ ବିକାଶ ରଞ୍ଜନ ହୋତା ରାଜ୍ୟ ସର୍ଜନ ସଂଘର ସଭାପତି

କାର୍ଯ୍ୟକାରୀ କମିଟିରେ ଡ଼ ରବୀନ୍ଦ୍ର ପ୍ରଧାନ ଏବଂ ଡ଼ ରବି ନାରାୟଣ ଗୁରୁ

ବୁର୍ଲା : ରାଜ୍ୟ ସର୍ଜନ ସଂଘ ଓଡ଼ିଶା ଚେପ୍ଟରର ସଭାପତି ଭାବରେ ସମ୍ବଲପୁର ବିଶିଷ୍ଟ ସର୍ଜନ ଡ଼ ବିକାଶ ରଞ୍ଜନ ଚୟନ ହୋଇଛନ୍ତି। ପୁର୍ବରୁ ପ୍ରଫେସର କୈଳାଶ ଚନ୍ଦ୍ର ମହାପାତ୍ର ସଭାପତି ପଦରେ ରହିଥିଲେ। ଅନୁଷ୍ଠାନିକ ଭାବରେ ଡ଼ ମହାପାତ୍ର ସଂଘର ମାଲା ଡ଼ ହୋତାଙ୍କ ହସ୍ତାନ୍ତର କରି କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ। ସଭାପତି ଭାବରେ ଡ଼ ହୋତା ୨୦୨୦-୨୧ ବର୍ଷ ପାଇଁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସୁଚନା ଥାଉକି, ଗତ ୭ ବର୍ଷ କାଳ ହେବ ସମ୍ବଲପୁର ସିଟି କ୍ଲବ ନାମରେ ପଶ୍ଚିମ ଓଡ଼ିଶା ସର୍ଜନ ସଂଘ ଗଠିତ ହୋଇଥିବା ବେଳେ ଡ଼ ହୋତା ସଭାପତି ଭାବରେ ରହିଥିବା ଦୃଷ୍ଟାନ୍ତ ରହିଛି। ସଂଘର ତିନିଦିନିଆଁ ଭର୍ଚୁୁଏଲ ସମ୍ମିଳନି ବୁର୍ଲା ଭିମସାରର ଟେଲିମେଡ଼ିସିନ ବିଭାଗରେ ଅନୁଷ୍ଠିତ ହୋଇଥିଲା। ସଂଘର କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ଡ଼ ରବୀନ୍ଦ୍ର ପ୍ରଧାନ ଏବଂ ଡ଼ ରବି ନାରାୟଣ ଗୁରୁ ଚୟନ ହୋଇଛନ୍ତି।

Comments are closed.