ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେବେ ଡାକ୍ତର ଭାଗ୍ୟଲକ୍ଷ୍ମୀ ନାୟକ

କଟକ: ବାଲାଂଦେଶର ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଶକ୍ତୀକରଣ ଏବଂ ଡାକ୍ତରୀ ଶିକ୍ଷା ନିର୍ଦେଶକଙ୍କ ପକ୍ଷରୁ ସ୍ତ୍ରୀ ଓ ପ୍ରସୂତି କର୍କଟରୋଗର ଶଲ୍ୟ ଚିକିତ୍ସା ସଂକ୍ରାନ୍ତ ଏକ ୫ଦିନିଆ ସମ୍ମିଳନୀ ଢାକାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ କ୍ୟାନସର ଆଣ୍ଡ ରିସର୍ଚ୍ଚ ହସ୍ପିଟାଲରେ ଅନୁଷ୍ଠିତ ହେବ। ଏହି ୫ଦିନିଆ ସମ୍ମିଳନୀରେ ଦେଶବିଦେଶର ବହୁ ବିଶେଷଜ୍ଞ ଡାକ୍ତର ଯୋଗଦେବେ। କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଗବେଷଣା କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗର ସହଯୋଗୀ ପ୍ରଫେସର ଡା. ଭାଗ୍ୟଲକ୍ଷ୍ମୀ ନାୟକ ଏହି ସମ୍ମିଳନୀରେ ଜଣେ ବିଶେଷଜ୍ଞଭାବେ ଯୋଗଦେବାକୁ ଆମନ୍ତ୍ରଣ ପାଇଛନ୍ତି। ଜଣେ ରିସର୍ଚ୍ଚ ପର୍ସନ( ବିଶେଷଜ୍ଞ)ଭାବେ ସେ ଯୋଗଦେଇ ହ୍ୟାଣ୍ଡସ ଅନ ଟ୍ରେନିଂ ଅନ ଗାଇନାକୋଲୋଜି ଅନକୋଲୋଜି ସର୍ଜରୀ ସମ୍ପର୍କରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.