ପହଞ୍ଚିଲେ ଚେଲ୍ଲା କୁମାର : ଆଜି କଂଗ୍ରେସର କ୍ଷେତି ବଞ୍ଚାଓ ଯାତ୍ରା

ଭୁବନେଶ୍ୱର : ପିସିସି ପକ୍ଷରୁ ଆଜି କ୍ଷେତି ବଞ୍ଚାଓ ଯାତ୍ରା ଅବସରରେ ଏକ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ। କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରୁ ଏକ ଟ୍ରାକ୍ଟର ରାଲି ବାହାରି କଟକ ଜିଲ୍ଲା ଅନ୍ତର୍ଗତ ପ୍ରତାପନଗରୀ ନିକଟସ୍ଥ ଧାକୁଲେଇ ମନ୍ଦିର, ୪୨ ମୌଜା ଓ ପ୍ରେସଛକ ଦେଇ ଶକ୍ତିନଗରସ୍ଥ କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପଂହଚିବ। ଏହି ରାଲିରେ ଓଡିଶା କଂଗ୍ରେସ ପ୍ରଭାରୀ, ସାଂସଦ ଡ. ଏ. ଚେଲାକୁମାର, ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି କ୍ଷେତି ବଞ୍ଚାଓ ଯାତ୍ରାରେ ଯୋଗ ଦେବା ପାଇଁ ଓଡିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡ. ଏ. ଚେଲାକୁମାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ତାଙ୍କୁ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ,ମାନସ ଚୌଧୁରୀ ଓ ଅନ୍ୟ ନେତୃବୃନ୍ଦ ବିମାନ ବନ୍ଦରରେ ସ୍ବାଗତ କରିଥିଲେ।

 

Comments are closed.