ଡିପିଆଇଆଇଟି ରାଙ୍କିଙ୍ଗ ଷ୍ଟାର୍ଟଅପ: ଇକୋସିଷ୍ଟମ ପ୍ରଦାନରେ ଗୁଜରାଟ ଶୀର୍ଷରେ, ଲିଡ଼ରସ ଶ୍ରେଣୀରେ ଓଡ଼ିଶା

ନୂଆଦିଲ୍ଲୀ: ପ୍ରକାଶ ପାଇଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନେଇ ଡିପିଆଇଆଇଟି ରାଙ୍କିଙ୍ଗ । ଶିଳ୍ପ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ(ଡିପିଆଇଆଇଟି) ପକ୍ଷରୁ ପ୍ରକାଶିତ ଏହି ରାଙ୍କିଙ୍ଗ ରେ ରାଜ୍ୟମାନଙ୍କ ମଧ୍ୟରେ ଗୁଜରାଟ ଶୀର୍ଷରେ ରହି ପ୍ରଥମ ସ୍ଥାନ ଅଧିକାର କରିଛି । ଉଦ୍ୟୋଗ ଗୁଡିକ ପାଇଁ ଷ୍ଟାର୍ଟଅପ ଇକୋସିଷ୍ଟମ ବିକାଶ କ୍ଷେତ୍ରରେ ରାଜ୍ୟକୁ ଏହି ମାନ୍ୟତା ମିଳିଛି । ଓଡିଶା ଏହି ରାଙ୍କିଙ୍ଗରେ ଲିଡରସ ଶ୍ରେଣୀରେ ସ୍ଥାନ ପାଇଛି ।
     ଦେଶର ୨୨ ରାଜ୍ୟ ଏବଂ ୩ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଉପରୋକ୍ତ ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି । ରାଙ୍କିଙ୍ଗ ପାଇଁ ରାଜ୍ୟ ଗୁଡିକୁ ଦୁଇଟି ଭାଗରେ ବିଭକ୍ତ କରାଇଯାଇଛି । ଆସାମ ବ୍ୟତୀତ ସମସ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ୱାଇ ଏବଂ ଦିଲ୍ଲୀ ସହ ଅନ୍ୟ ରାଜ୍ୟକୁ ଏକ୍ସ ବର୍ଗରେ ରଖାଯାଇଛି । ଆଗକୁ ଏହି ରାଙ୍କିଙ୍ଗ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ  ଇକୋସିଷ୍ଟମ ବିକାଶ କ୍ଷେତ୍ରରେ ସାହାଯ୍ୟ କରିବ ବୋଲି କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି । ଏଥିରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ବେଷ୍ଟ ପରଫରମର ,ଟପ ପରଫରମରସ , ଲିଡ ରସ, ଆସପାୟାରିଂ ଲିଡରସ ଏବଂ ଇମରଜିଂ ଷ୍ଟାର୍ଟ ଅପ ଇକୋସିଷ୍ଟମ ଭଳି ପାଞ୍ଚଭାଗରେ ବିଭକ୍ତ କରାଯାଇଛି । ତେବେ ବିହାର,ମହାରାଷ୍ଟ୍ର, ଚଣ୍ଡୀଗଡ ସହ ଓଡ଼ିଶା ଏହି ରାଙ୍କିଙ୍ଗରେ ଲିଡରସ ଶ୍ରେଣୀରେ ସ୍ଥାନ ପାଇଛି ।

Comments are closed.