ସ୍ବାମୀଙ୍କ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ନବବିବାହିତା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ମହିଁଷାମୁଣ୍ଡି ଗ୍ରାମର ଟିକାୟତ ପାତ୍ର ଗତ ଡିସେମ୍ବର ମାସରେ ଶୁଆକାଟିର ରେବତୀ ପାତ୍ର ନାମ୍ନୀ ଯୁବତୀକୁ ବିବାହ କରିଥିଲେ । ବିବାହ ପରେ ଅଧିକ ଯୌତୁକ ଆଣିବାକୁ ବାଧ୍ୟ କରି ପତ୍ନୀଙ୍କୁ ନିର୍ଯ୍ୟାତନା ଦେଉଥିଲେ । ସ୍ବାମୀଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ରେବତୀ ଏବେ ସ୍ବାମୀ ଘର ଛାଡ଼ି ବାପଘରେ ରହୁଥିବା ବେଳେ ଆଜି ତୁରୁମୁଙ୍ଗା ଥାନାର ଦ୍ବାରସ୍ଥ ହୋଇଛନ୍ତି । ସ୍ବାମୀ ଟିକାୟତ ପାତ୍ରଙ୍କ ନାମରେ ସେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିବା ପରେ ଥାନା ଆରକ୍ଷୀ ଉପନୀରିକ୍ଷକ ସୁଶାନ୍ତ ମଣି ମହାନ୍ତି ଘଟଣାର ତଦନ୍ତ କରୁଛନ୍ତି ।

Comments are closed.