ଚୀନର ବିଦେଶ ମନ୍ତ୍ରୀ ବାଂଗଙ୍କ ସହ ଅଜିତ ଡୋଭଲ କରିବେ ଏକବିଶଂତମ ସୀମା ବାର୍ତ୍ତା

0

ବେଜିଂ . – ଚୀନର ବିଦେଶ ମନ୍ତ୍ରୀ ବାଂଗଙ୍କ ସହ ଜାତୀୟ ସୁରକ୍ଷା ପରିଷଦର ପରାମର୍ଶ ଦାତା ଅଜିତ ଡୋଭାଲ ଏକବିଂଶତମ ସୀମା କଥାବାର୍ତ୍ତା  କରିବା ପାଇଁ ଚୀନରେ ପହଞ୍ଚିଛନ୍ତି । ଏହି ଅବସରରେ ଦୁଇଜଣ ଏପ୍ରିଲ ମାସରେ ହୋଇଥିବା ଶିଖର ସମ୍ମିଳନୀପରେ  କଅଣ ସବୁ ପ୍ରଗତି ହୋଇଛି ସେ ବିଷୟରେ ସମୀକ୍ଷା କରିବେ । ଡେଭାଲ ଓ ବାଙ୍ଗ ଚୀନର ସିଚୁଆନ୍‌କେ ଶନିବାରରେ ଏକାଠି ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ବାଂଗ ଏବେ ଚୀନ୍‌ର ବିଦେଶ ମନ୍ତ୍ରୀ ଅଛନ୍ତି । ଏହା ପୂର୍ବରୁ ସେ ୟାଙ୍ଗ ଜିଏଚ୍‌ ପ୍ରଦେଶର ପରାମର୍ଶଦାତା ଥିଲେ ।

ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦକୁ ହ୍ରାସ କରିବାରେ ଏହା ସକରାତ୍ମକ ଭୂମିକ ଗ୍ରହଣ କରିବ ବୋଲି ଚୀନର ବିଦେଶମନ୍ତ୍ରୀ ବାଂଗ କହିଛନ୍ତି । ପୂର୍ବରୁ ଅନେକ ବିବାଦ ଦୁଇ ଦେଶ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଏବେ ଏକ ସୁନ୍ଦର ସମ୍ପର୍କ ସ୍ଥାପନ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

Comments
Loading...