କେନ୍ଦୁଝରରେ ଡବଲ ମର୍ଡର: ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

0

ପାଟଣା: ଅନ୍ଧବିଶ୍ଵାସ ପାଇଁ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି। ଗୁଣିଗାରେଡ଼ି ସନ୍ଦେହରେ ଏକ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି। କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ପଲ୍ଲାଣଘାଟି ପଞ୍ଚାୟତ ଗୋଧିରାମପଡା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ଗ୍ରାମର ରାମାଇ ମୁଣ୍ଡା(୬୯) ଏବଂ ତାଙ୍କ ସ୍ତ୍ରୀ ଚମ୍ପା ମୁଣ୍ଡା(୬୩)। ଉଭୟେ ଶନିବାର ରାତିରେ ଖାଇପିଇ ଘର ବାରଣ୍ଡାରେ ମଶାରି ଟାଣି ଶୋଇଥିବାବେଳେ କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ଉଭୟଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ଭାବେ ହତ୍ୟା କରିଛି ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

Leave A Reply