ଖଜୁରିପଦା ଡବଲ ମଡର ଘଟଣା : ଦୁଇ ଅଭିଯୁକ୍ତ ଗିରଫ

କଳାପଥର :ବୈଦ୍ୟେଶ୍ୱର ଥାନା ନୁଆଗାଁ ପଞ୍ଚାୟତ ଅନ୍ତର୍ଗତ ଖଜୁରିପଦା ଗ୍ରାମର ଯୁବ ସାମ୍ବାଦିକ ଆଦିତ୍ୟ ରଣସିଂହ ଓ ନୁଆଗାଁ ପଞ୍ଚାୟତର ମହିଳା ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମି ଭଗବାନ ସ୍ୱାଇଁଙ୍କୁ ଗତ ଶନିବାର ଅପରାହ୍ନ ପ୍ରାୟ ୩.୧୫ ମି ସମୟରେ ବରପୁଟ ପଞ୍ଚାୟତ ବାଙ୍କୀ – କଳାପଥର ରାସ୍ତା ଜୋକଲାଞ୍ଜି ଶେଚ ପ୍ରକଳ୍ପ ନିକଟରେ ଖଜୁରିପଦା ଗ୍ରାମର କେତେକ ବ୍ୟକ୍ତି ମିଳିତ ହୋଇ ଉଭୟଙ୍କୁ ହତ୍ୟା କରିଥିଲେ। ତେବେ ସେମାନଙ୍କ ସହିତ ଆସୁଥିବା ମୃତ ଆଦିତ୍ୟଙ୍କ ଦଦା ପୁଅ ଭାଇ ମାନସ ରଞ୍ଜନ ସିଂହ ଖସିଯିବାର ସକ୍ଷମ ହୋଇଥିଲା।

ଉଭୟ ସାମ୍ବାଦିକ ଆଦିତ୍ୟ ଓ ସରପଞ୍ଚଙ୍କ ସ୍ୱାମି ଭଗବାନଙ୍କୁ ହତ୍ୟା କରିବା ସମ୍ପର୍କରେ ସେ ଦଉଡି ଦଉଡି ଆସି ଗାଁ ରେ କହିବା ପରେ ଗାଁର କେତେକ ଲୋକ ସେଠାରେ ପହଞ୍ଚି ଉଭୟଙ୍କୁ ବାଙ୍କୀ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ସାମ୍ବାଦିକ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ଭଗବାନଙ୍କର କଟକ ବଡମେଡିକାଲ ନିଆଯିବା ବାଟରେ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଆମ୍ବୁଲାନ୍ସ ଯୋଗେ କଟକ ନିଆଯିବା ସମୟରେ ଗାଡିରେଥିବା ସହେଯାଗୀ ମାନେ ଭଗବାନଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ତାଙ୍କର ମୃତ୍ୟୁର କିଛି ସମୟ ପୂର୍ବରୁ ପ୍ରାୟ ୧ ମି ୨୫ ସେକେଣ୍ଡର ଏକ ଭିଡିଓ ରେକଡିଂରେ ଭଗବାନ ବହୁଲୋକଙ୍କ ନାମ ପ୍ରକାଶ କରିଥିଲେ। ହତ୍ୟାକାଣ୍ଡ କିପରି କରାଗଲା ଏବଂ ଖଜୁରିପଦା ଗ୍ରାମର କେଉଁ କେଉଁ ମାନେ ସଂମ୍ପୃକ୍ତ ଥିଲେ ସେମାନଙ୍କର ନାମ କହିଦେଇଥିଲେ। ତଦନୁଯାୟୀ ବାଙ୍କୀ ଥାନାରେ ମାମଲା ଦାୟର ହୋଇଛି। ଘଟଣାଟି ଏକ ସମ୍ବେଦନଶିଳ ପ୍ରସଙ୍ଗ ହୋଇଥିବାରୁ ବାଙ୍କୀ ସମେତ ରାଜ୍ୟ ରାଜନୈତିରେ ଏକ ଚର୍ଚ୍ଚାର ବିଷୟ ହୋଇଛି। ଏହି ଡବଲ ମର୍ଡର ଘଟଣାରେ ଅଭିଯୁକ୍ତଥିବା ଏକଧିକ ବ୍ୟକ୍ତିଙ୍କ ମଧ୍ୟରୁ ପୁଲିସ୍‍ ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ହତ୍ୟାକାଣ୍ଡ ସମୟରେ ଘଟଣା ସ୍ଥଳକୁ ସେମାନେ କିଭଳି ଭାବରେ ଯାଇଥିଲେ ଏବଂ କେଉଁ କେଉଁ ମାରଣାତ୍ସରେ ସାମ୍ବାଦିକ ଆଦିତ୍ୟ ଓ ମହିଳା ସରପଞ୍ଚଙ୍କ ସ୍ୱାମି ଭଗବାନ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା ସେଥିରୁ କେତେକ ବ୍ୟବହୃତ ସାମଗ୍ରୀ ପୁଲିସ୍‍ ଜବତ କରିଛି। ଗତକାଲି ବିଳମ୍ବିତ ରାତ୍ରିରେ ଅଭିଯୁକ୍ତ ବୋଲି କୁହାଯାଉଥିବା ବଳଭଦ୍ର ପ୍ରଧାନଙ୍କୁ ଗିରଫ କରିଥିବା ବେଳେ ଆଜି ଅପରାହ୍ନରେ ଅନ୍ୟତମ ଅଭିଯୁକ୍ତ ଜିତୁ ସ୍ୱାଇଁଙ୍କୁ ନିଜ ଘରେ ଲୁଚିଥିବାର ଖବରପାଇ ତାଙ୍କ ଘରେ ଚଢଉକରି ଗିରଫ କରିବାରେ ସଫଳ ହୋଇଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ କଟୁରିକୁ ଜବତ କରିଛି। ସେହିପରି ହତ୍ୟାକାରିମାନେ ବ୍ୟବହୃତ କରିଥିବା ଦୁଇଟି ଦାମି ଗାଡିକୁ ଜବତ କରିଥିବା ଜଣାପଡିଛି। ସେଥିରୁ ଗୋଟିଏ ଫଚ୍ୟୁନର କାର ହୋଇଥିବା ବେଳେ ଅନ୍ୟଟି ମାରୁତି ସ୍ୱିଫଟ୍‍ କାର ବୋଲି ଜଣାପଡିଛି।

 

 

Comments are closed.