ରାୟଗଡ଼ାରେ ଡ଼ବଲ ମର୍ଡ଼ର; ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ

ରାୟଗଡ଼ା: କ୍ରୋଧ ପରମଚଣ୍ଡାଳ । ସେହି କ୍ରୋଧ ପାଇଁ ରଜ ସଂକ୍ରାନ୍ତରେ ଗଡ଼ିଛି ଦୁଇ ମୁଣ୍ଡ । ପୂର୍ବ ଶତ୍ରୁତାରୁ ରାୟଗଡ଼ା ଜିଲାରେ ଜଣେ ବ୍ୟକ୍ତି ୨ ଜଣଙ୍କୁ ହତ୍ୟାକରିଛି । ହତ୍ୟା ଘଟଣା ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଛି ।

ଘଟଣା ଘଟିଛି ରାୟଗଡ଼ା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବଡ଼କଷପାଡ଼ୁ ଗାଁରେ । ଏହି ଗାଁର ପ୍ରେମାନନ୍ଦ ମାଡ଼ାଙ୍ଗି ନିଜ ଗାଁର ପୋଲି ତାଡ଼ିଙ୍ଗି ଓ ଯଦୁମଣି ମାଣ୍ଡାଙ୍ଗିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଗ୍ରାମବାସୀ କହୁଛନ୍ତି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରେମାନନ୍ଦ ଫେରାର ହୋଇ ଯାଇଥିବାରୁ ତାକୁ ଗିରଫ କରାଯାଇ ପାରିନାହିଁ ।

Comments are closed.