ଚାଉଳ ଦୋସା

ଆବଶ୍ୟକ ସାମଗ୍ରୀ
ବତୁରା ଅରୁଆ ଚାଉଳ – ୨କପ
ନଡ଼ିଆ କୋରା – ୧କପ
Related Posts
ଲୁଣ – ସାମାନ୍ୟ
ତେଲ – ସାମାନ୍ୟ
ନନ୍ଷ୍ଟିକ ତାୱା
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବତୁରା ହୋଇଥିବା ଅରୁଆ ଚାଉଳ, ନଡ଼ିଆ କୋରା , ଲୁଣକୁ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏଥିରେ ଅଳ୍ପ ପାଣି ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ପ୍ରସ୍ତୁତ ଆଣକୁ ଡ଼ଙ୍କି ଦ୍ୱାରା ତାୱାରେ ପକାଇ ଚକୁଳି ଭଳି ଗୋଲ ଆକାରର କରନ୍ତୁ। ମାତ୍ର ପିଠା ପାତିଆକୁ ବ୍ୟବହାର ନକରି ହାତରେ ତାୱାର ନାଡ଼ ଧରି ଗୋଲା ଆକୃତିର କରି ଏକ ଘୋଡ଼ଣୀ ଘୋଡ଼ାଇ ଦିଅନ୍ତୁ। କିଛି ସମୟରେ ପରେ ପିଠାପାତିଆ ଦ୍ୱାରା ଏହାକୁ ଲେଉଟାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ନଡ଼ିଆ ଚାଉଳ ଦୋସା। ଏହାକୁ ଚଟଣି ସହ ଖାଆନ୍ତୁ ଓ ମଜା ନିଅନ୍ତୁ।
Comments are closed.