କରୋନା ମୁକାବିଲା : ଚାଲିଛି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା

ଚୌଦ୍ୱାର : କରୋନା ସଂକ୍ରମଣକୁ ରୋକିବା ଦିଗରେ ପଦକ୍ଷେପ ସ୍ୱରୂପ ସରକାରଙ୍କ ତରଫରୁ ଘରକୁ ଘର ବୁଲି ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଓ ସୁପରଭାଇଜର ମାନଙ୍କୁ ନିୟୋଜିତ କରାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ଉପକରଣ ପ୍ରଦାନ କରାଯାଇଛି। ଚୌଦ୍ୱାର ପୌରପପାଳିକାର ୧୭ନଂ ୱାର୍ଡରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଏହି ସ୍ବାସ୍ଥ୍ୟ କର୍ମୀ ମାନେ ୱାର୍ଡର ଘରକୁ ଘର ଯାଇ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏଥି ସହିତ କରୋନା ସମ୍ପର୍କିତ ସମସ୍ତ ନିୟମାବଳି କଢ଼ାକଢ଼ି ଭାବେ ପାଳନ କରିବା ପାଇଁ ଲୋକ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଶାକର୍ମୀ ରୀନା ବାଇ,ସ୍ୱର୍ଣ୍ଣଲତା ଦାସ, ରଜନୀ ଖଟୁଆ, ଲକ୍ଷ୍ମୀ ସାହୁ, ପୁଷ୍ପଲତା ମନ୍ତ୍ରୀ, ବାସନ୍ତୀ ସାହୁ, ସରସ୍ୱତୀ ଦଳେଇ ଓ ମାନସ ସାହୁ ପ୍ରମୁଖ ଏହି ଅଭିଯାନରେ ସମିଲ ହୋଇଥିଲେ।

Comments are closed.