ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ

ପାଟଣା: ପାଟଣା ଓ ଘଟଗାଁ ବ୍ଲକ ଅଂଚଳରେ ଏବେ ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀମାନେ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ପରିବାରର ସଦସ୍ୟମାନଙ୍କୁ ଥଣ୍ଡା, କାଶ, ଜ୍ୱର ତଥ୍ୟ ସଂଗ୍ରହ ସହ ମ୍ୟାଲେରିଆ ପରୀକ୍ଷା କରୁଛନ୍ତି ଆଶା କର୍ମୀ ମାନେ। ଏହାଛଡା ରକ୍ତଚାପ ସହ ସମସ୍ତ ସଂକ୍ରାମକ ଓ ଅଣ ସଂକ୍ରାମକ ରୋଗରେ କେହି ପୀଡିତ ଅଛନ୍ତି କି ନାହିଁ ତାହାର ତଥ୍ୟ ମଧ୍ୟ ସ୍ୱତନ୍ତ୍ର ଖାତାରେ ଲିପିବଦ୍ଧ କରୁଛନ୍ତି । ତୃଣମୂଳ ସ୍ତରରେ ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କ ଦ୍ୱାରା ଏପରି କାର୍ୟ୍ୟକୁ ସ୍ୱାଗତ କରାଯାଇଛି । କରୋନା ଲକ୍ଷଣ ଥିବା ଲୋକଙ୍କୁ ସେମାନେ ଶିବିରକୁ ଯାଇ ପରୀକ୍ଷା କରାଇବାକୁ ସେମାନେ ପରାମର୍ଶ ଦେଉଛନ୍ତି ।

Comments are closed.