ସାବଧାନ! ସେଓ ଖାଇବା ପରେ ଭୁଲରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ

0

ଫଳ ଖାଇବା ସ୍ୱାସ୍ଥ୍ୟ ପ୍ରତି ବହୁ ଉପକାରୀ ହୋଇଥାଏ। ସମସ୍ତ ଫଳ ମଧ୍ୟରୁ ସେଓ ସ୍ୱାସ୍ଥ୍ୟ ପ୍ରତି ଖୁବ୍‍ ଆବଶ୍ୟକୀୟ। ପ୍ରତିଦିନ ସକାଳେ ଗୋଟିଏ ସେଓ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଶରୀର ରୋଗମୁକ୍ତ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । କିନ୍ତୁ ଯଦି ଆପଣ ଏହାକୁ ଭୁଲ ସମୟରେ ଖାଉଛନ୍ତି ବା ଭୁଲ ଜିନିଷ ସହ ଖାଉଛନ୍ତି ତେବେ ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିବା ପରିବର୍ତ୍ତେ ଖରାପ ପ୍ରଭାବ ପଡ଼ିଥାଏ ତେବେ ଚାଲନ୍ତୁ ଜାଣିବା ସେଓ ଖାଇବାର ତୁରନ୍ତ ପରେ କେଉଁ ସବୁ ଜିନିଷ ଖାଇବା ଅନୁଚିତ –
• ସେଓ ଖାଇବା ପରେ ଭୁଲରେ ମଧ୍ୟ ପାଣି ପିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା କଫ ସମସ୍ୟା ଦେଖାଯାଇଥାଏ। ଅତି କମରେ ସେଓ ଖାଇବାର ଏକ ଘଣ୍ଟା ପରେ ପାଣି ପିଇବା ପାଇଁ ଚେଷ୍ଟା କରନ୍ତୁ।
• କିଛି ଲୋକ ସେଓ ଖାଇବା ପରେ ଖଟା ଜାତୀୟ ଖାଦ୍ୟ ଖାଇଥା’ନ୍ତି। ସେଓ ଖାଇବା ପରେ ଆଚାର ବା ଅନ୍ୟ ଖଟା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍ ସୃଷ୍ଟି ହୋଇଥାଏ ।
• ସେଓ ଖାଇବାର ତୁରନ୍ତ ପରେ ମୂଳା ଖାଆନ୍ତୁ ନାହିଁ । ଏପରି କଲେ ଶରୀରରେ ଧଳା ରଙ୍ଗର ଦାଗ ଦେଖାଦେଇଥାଏ।

Leave A Reply