ଗଣତାନ୍ତ୍ରିକ ପରମ୍ପରାକୁ ଅନୁସରଣ କରିବା ଉଚିତ୍‍ – ନାଇଡୁ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ୍‍. ଭେଙ୍କୟା ନାଇଡୁ ଜାତୀୟ ସ୍ୱାର୍ଥ ଲାଗି ହିଂସାତ୍ମକ କାର୍ଯ୍ୟକଳାପରେ ଭାଗ ନନେବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି। ଶୁକ୍ରବାର ନୂଆଦିଲ୍ଲୀଠାରେ ରାହୁଲ ଅଗ୍ରୱାଲ୍‍ ଏବଂ ଭାରତୀ ଏସ୍‍. ପ୍ରଧାନଙ୍କ ଦ୍ୱାରା ଲିଖିତ ପୁସ୍ତକ ‘Turbulence and Triumph – The Modi Years’ର ଉନ୍ମୋଚନ ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି। ସାମ୍ବିଧାନିକ ଧାରା ଏବଂ ଗଣତାନ୍ତ୍ରିକ ପରମ୍ପରାକୁ ଲୋକମାନେ ଅନୁସରଣ କରିବା ଉଚିତ୍‍ ବୋଲି ସେ କହିଛନ୍ତି।

ଦେଶର ଏକତା, ନିରାପତ୍ତା, ଅଖଣ୍ଡତା ଓ ସାର୍ବଭୌମ୍ୟକୁ ବଜାୟ ରଖିବା ଲୋକମାନଙ୍କର ପ୍ରଥମ ଦାୟିତ୍ୱ। ସେ କହିଛନ୍ତି ଯେ ଲୋକମାନେ ଏଭଳି କୌଣସି କାର୍ଯ୍ୟ କରିବା ଉଚିତ୍‍ ନୁହେଁ ଯାହା ଦେଶର ଛବିକୁ ମଳିନ କରିବ।

Comments are closed.