ଦହି ସହ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ: ହୋଇଥାଏ ବିଷ ସଦୃଶ

ଆମ ଭିତରୁ ଅଧିକାଂଶ ଲୋକେ ଦହି ଖାଇବାକୁ ଭଲପାଆନ୍ତି। ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୁର ଦହି ଶରୀର ପାଇଁ ଉପକାରୀ ମଧ୍ୟ ହୋଇଥାଏ। ହେଲେ ଏପରି କିଛି ଖାଦ୍ୟ ଅଛି, ଯାହାକୁ ଦହି ସହିତ ଖାଇବା ଦ୍ବାରା ଏହା ଶରୀର ପାଇଁ ଖୁବ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଦହି ସହ କେଉଁ ସବୁ ଖାଦ୍ୟ ଖାଇବାକୁ ଚିକିତ୍ସକମାନେ ବାରଣ କରିଥାଆନ୍ତି-

-ଦହି ସହିତ ଖଟା ଫଳ ନ ଖାଇବାକୁ କୁହାଯାଇଥାଏ। ଦହିରେ ଥିବା ଲାକ୍ଟିକ୍‌ ଏସିଡ୍‌ ସହିତ ଖଟା ଫଳର ଏଞ୍ଜାଇମ୍‌ ବିପରୀତ ପ୍ରତିକ୍ରିୟା ସୃଷ୍ଟି କରିବାର ଆଶଙ୍କା ରହିଥାଏ। ଏହାଦ୍ୱାରା ପାଚନ କ୍ରିୟା ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ।

-ଦହି ସହିତ ଆମ୍ବ ଖାଇବା ଉଚିତ ନୁହେଁ। ଆମ୍ବ ଶରୀରକୁ ଗରମ କରୁଥିବାବେଳେ ଦହି ଥଣ୍ଡା କରିଥାଏ। ତେଣୁ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ।

-ସେହିପରି ଦହି ସହିତ ବିରିରୁ ପ୍ରସ୍ତୁତ କୌଣସି ଖାଦ୍ୟ ନ ଖାଇବା ଭଲ। ବିରି ଗ୍ୟାସ୍‌ ସୃଷ୍ଟି କରୁଥିବାବେଳେ ଦହି ସହିତ ମିଶିବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ।

-ଦହି ସହିତ ଚିକେନ୍‌, ଖଜୁରୀ, ତେଲରେ ଛଣା ଅବା ଭଜା ହୋଇଥିବା ଖାଦ୍ୟ ଖାଇଲେ ଏସିଡ଼ିଟି ହୋଇଥାଏ।

-କଦଳୀକୁ ଦହି ସହିତ ଖାଇଲେ ପାଚନ କ୍ରିୟା ପ୍ରଭାବିତ ହୋଇଯାଇଥାଏ।

Comments are closed.