ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ହୋଇ ଯାଆନ୍ତୁ ସାବଧାନ

ସାଧାରଣତଃ ଆମ ମଧ୍ୟରୁ ଅନେକ ଲୋକ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇ ଥାଆନ୍ତି। କିଛି ଲୋକଙ୍କର ତ ଏହା ଅଭ୍ୟାସ ପାଲଟି ଯାଇଥାଏ। ହେଲେ ଖାଦ୍ୟ ଖାଇ ତୁରନ୍ତ ପାଣି ପିଇଲେ ଆମ ଶରୀରକୁ ଯେଉଁ କ୍ଷତି ପହଞ୍ଚିଥାଏ, ସେ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ବାରା ଆମର କି କ୍ଷତି ହୋଇଥାଏ-

ଡାକ୍ତରଙ୍କ ଅନୁସାରେ, ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ୍‌ ନୁହେଁ। କାରଣ କିଛି ଖାଦ୍ୟ ଖାଇ ସଙ୍ଗେ ସଙ୍ଗେ ପାଣି ପିଇଲେ ପାଚନକ୍ରିୟାରେ ସମସ୍ୟା ଦେଖାଦିଏ। ଏହା ସହିତ ମଧୁମେହ ହେବାର ଆଶଙ୍କା ମଧ୍ୟ ରହିଥାଏ। ଖାଦ୍ୟ ଖାଇବାର ଅତି କମ୍‌ରେ ଅଧଘଣ୍ଟା ପରେ ପାଣି ପିଇବା ଆବଶ୍ୟକ। କାରଣ ଖାଦ୍ୟରେ ଥିବା ପ୍ରୋଟିନ୍‌ ଏବଂ ଅନ୍ୟ ପୋଷକତତ୍ତ୍ୱ ଅବଶୋଷଣ ପାଇଁ ଶରୀରକୁ ସମୟ ଦେବା ଦରକାର। ତେଣୁ ଖାଦ୍ୟ ଖାଇବା ପରେ ପାଣି ପିଇଲେ ଏଥିପ୍ରତି ପ୍ରଭାବ ପଡ଼ିଥାଏ। ବିଶେଷଜ୍ଞଙ୍କ କହିବାନୁସାରେ, ଆମେ ଯେଉଁ ଖାଦ୍ୟ ଖାଉ ତାହା ହଜମ ହେବା ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥାଏ। ଖାଦ୍ୟ ଗ୍ୟାସନଳୀ ଦେଇ ପେଟ ପର୍ଯ୍ୟନ୍ତ ଯାଇଥାଏ। ଏହି ସମୟରେ ଖାଦ୍ୟ ଏବଂ ପାଣି ମଧ୍ୟରେ ଅନ୍ତର ନ ରଖିଲେ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ।

Comments are closed.