ଶାସ୍ତ୍ର କହିଛି, ମଙ୍ଗଳବାର ଦିନ ବର୍ଜନ କରନ୍ତୁ ଏହି କାର୍ଯ୍ୟ

ଧର୍ମଶାସ୍ତ୍ର ଅନୁଯାୟୀ ସପ୍ତାହର ପ୍ରତିଟି ଦିନର ଅଲଗା ଅଲଗା ମହତ୍ତ୍ବ ରହିଛି । ଦିନକୁ ସୁଖମୟ ଏବଂ ସକାରାତ୍ମକ କରିବା ପାଇଁ ଶାସ୍ତ୍ରରେ ବିଭିନ୍ନ ଉପାୟ ମଧ୍ୟ ରହିଛି । ସପ୍ତାହର କିଛି ଦିନ ଏପରି ରହିଥାଏ ଯେଉଁ ଦିନ କିଛି କାମ କରିବାକୁ ବାରଣ କରାଯାଏ । ସେହିପରି ଜୀବନରେ ସୁଖ-ସମୃଦ୍ଧି ପାଇଁ ମଙ୍ଗଳବାର ଦିନ କିଛି ବିଶେଷ ସାବଧାନତା ଅବଲମ୍ବନ କରିବାକୁ ଶାସ୍ତ୍ରରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ମଙ୍ଗଳବାର କେଉଁ କାର୍ଯ୍ୟ କରିବା ଅନୁଚିତ୍ ।

୧. ମଙ୍ଗଳବାର ଦିନ ଧାରୁଆ ବା ମୁନିଆ ଜିନିଷ କିଣି ଘରକୁ ଆଣନ୍ତୁ ନାହିଁ । ଏହା ଦ୍ବାରା ଘରେ ନକାରାତ୍ମକତା ବଢିଥାଏ ।

୨. ଏହି ଦିନ କେଶ ଏବଂ ଦାଢି ମଧ୍ୟ କାଟନ୍ତୁ ନାହିଁ ।

୩. ମଙ୍ଗଳବାର ଦିନ ବିରି ଡାଲି ଖାଇବା ଅନୁଚିତ୍ । ଏହାର କାରଣ ବିରି ଡାଲି ଚୋପା କଳା ହୋଇଥିବାରୁ ଏହା ଶନି ଗ୍ରହ ସହ ଜଡିତ । ଶନି ଓ ମଙ୍ଗଳ ପରସ୍ପର ବିପରୀତ ଗ୍ରହ । ତେଣୁ ମଙ୍ଗଳବାର କଳା ଡାଲି ଖାଇବା ଅନୁଚିତ୍ ।

୪. ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର ଦିନ ଜମି ଖୋଳିବା ଅନୁଚିତ୍ । ଏପରି କରିବା ଦ୍ବାରା ଅଶୁଭ ଫଳ ମିଳିଥାଏ ।

୫. ମଙ୍ଗଳବାର ଦିନ ଭୁଲରେ ମଧ୍ୟ କାହା ସହ ଯୁକ୍ତିତର୍କ ବା ଝଗଡା କରନ୍ତୁ ନାହିଁ ।

 

Comments are closed.