ପୂଜାପାଠ ସମୟରେ କରନ୍ତୁ ନାହିଁ ଏସବୁ ଭୁଲ୍‌: ମିଳିବ ବିପରୀତ ଫଳ

ସାଧାରଣତଃ ଘରେ ପ୍ରତ୍ୟେକ ଦିନ ଆମେ ପୂଜାପାଠ କରିଥାଉ। ଈଶ୍ବରଙ୍କୁ ପ୍ରସନ୍ନ କରିବା ପାଇଁ ତଥା ତାଙ୍କ କୃପା ପାଇଁ ଆମେ ପୂଜାପାଠ କରିଥାଉ ସତ, ହେଲେ ବେଳେବେଳେ ଅଜାଣତରେ ଏଥିରେ ଆମେ କିଛି ଭୁଲ୍‌ କରି ବସନ୍ତି। ଯଦ୍ବାରା ଆମକୁ ବିପରୀତ ଫଳ ମିଳିଥାଏ। ପୂଜା ସମୟରେ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ କରୁଥିବା ଏପରି କିଛି ଭୁଲ୍‌ ପାଇଁ ପୁଣ୍ୟ ବଦଳରେ ଆମର ପାପ ଅର୍ଜନ ହୋଇଥାଏ। ବିଭିନ୍ନ ଶାସ୍ତ୍ରରେ ମଧ୍ୟ ଏହି ବିଷୟରେ ବିସ୍ତାର ରୂପେ କୁହାଯାଇଛି। ତେବେ ଆସନ୍ତୁ ଜାଣିବା ପୂଜାପାଠ କରିବା ସମୟରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ବା କେଉଁ ସବୁ ଭୁଲ ନ କରିବା ଉଚିତ –

-ପରିଶ୍ରମରେ ଅର୍ଜିନ କରିଥିବା ଧନରେ ପୂଜା କରିବା ଦ୍ୱାରା ପୂଣ୍ୟ ମିଳିଥାଏ। ଧୋକାରେ ବା ଅସତ୍ ଉପାୟରେ ଯେଉଁ ଧନ ପ୍ରାପ୍ତି ହୁଏ, ସେଥିରେ ପୂଜା କରିବା ଦ୍ୱାରା ପୂଜା ଫଳପ୍ରଦ ହୋଇ ନ ଥାଏ।
-ଶବକୁ ସ୍ପର୍ଶ କରି, ଶୁଦ୍ଧ ନହୋଇ ପୂଜା କରିବା ବ୍ୟକ୍ତିଙ୍କର ପୂଜା ସ୍ୱୀକାର ହୋଇନଥାଏ।
-ସମ୍ଭୋଗ କରିବା ପରେ ବିନା ସ୍ନାନ କରି ପୂଜା କରିବା ଲୋକଙ୍କ ଉପରେ ଅପରାଧ ଲାଗିଥାଏ।
-ମନରେ କୌଣସି ପ୍ରକାରର କ୍ରୋଧ ନେଇ ପୂଜା କରିବା ଉଚିତ୍ ନୁହେଁ।
-ଅନ୍ଧାରରେ ଭଗବାନଙ୍କୁ ସ୍ପର୍ଶ କରିବା ଉଚିତ୍ ନୁହେଁ।
-ଯାହା ମନରେ କାହା ପ୍ରତି ଛଳ କପଟ ଥିବ, ସେ ପୂଜା କଲେ ଭଗବାନ ତା’ ପୂଜାକୁ ସ୍ୱୀକାର କରନ୍ତି ନାହିଁ।
-ପୂଜାରେ ଘଣ୍ଟ, ଘଣ୍ଟି ଏବଂ ଶଙ୍ଖ ଭଳି ବାଦ୍ୟର ବ୍ୟବହାର କରିବା ଉଚିତ।
-ପୂଜା ଅଧାରୁ କୌଣସି ପ୍ରକାରର ଅଦରକାରୀ କଥା କହିବା ଦ୍ବାରା ପୂଜା ଅସଫଳ ହୋଇଥାଏ।
-ହାତ ମୁହଁ ନ ଧୋଇ ଦୀପ ଦାନ କରନ୍ତୁ ନାହିଁ।

Comments are closed.