ଧନତେରସରେ ଏହି ଦ୍ରବ୍ୟ କିଣିବା ବର୍ଜନୀୟ

0

ନବରାତ୍ରୀ ପରେ ଅନେକ ପର୍ବ ଆରମ୍ଭ ହୋଇ ଯାଇଛି। କୁମାର ପୂର୍ଣ୍ଣିମା ଓ କରୱା ଚୌଥ ପରେ ଧନତେରସ ପଡୁଛି। ନଭେମ୍ବର ୫ତାରିଖରେ ଧନତେରସ ପାଳନ କରାଯିବ। ଏହି ଦିନ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଅନେକ ଲୋକ ଘରେ ବ୍ୟବହାର କରାଯାଉଥିବା ଦ୍ରବ୍ୟ କିଣିଥାଆନ୍ତି। ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ବାସନକୁସନ କିଣିବା ଅତ୍ୟନ୍ତ ଶୁଭ ଅଟେ। କିନ୍ତୁ କିଛି ଏପରି ଦ୍ରବ୍ୟ ଅଛି ଯାହା କିଣିବା ଦ୍ବାରା ଅଶୁଭ ଫଳ ମିଳିଥାଏ। ଆସନ୍ତୁ ଜାଣିବା ଧନତେରସରେ କେଉଁ ଦ୍ରବ୍ୟ କିଣିବା ଉଚିତ ନୁହେଁ ..

କାଚର ଦ୍ରବ୍ୟ:

ଧନତେରସରେ ଭୁଲରେ କେବେ ବି କାଚର ଦ୍ରବ୍ୟ କିଣନ୍ତୁ ନାହିଁ। କୁହାଯାଇଛି ଯେ, କାଚ ସାମଗ୍ରୀର ସମ୍ବନ୍ଧ ରାହୁ ଗ୍ରହ ସହ ରହିଛି। ଏବଂ ରାହୁକୁ ନୀଚ୍ଚ ଗ୍ରହ କୁହାଯାଏ। ତେଣୁ ଏହିଦିନ କାଚର ଦ୍ରବ୍ୟ କିଣନ୍ତୁ ନାହିଁ।

ଲୁହାର ଦ୍ରବ୍ୟ:

ଧନତେରସ ଦିନ ରୋଷେଇ ଘରେ ବ୍ୟବହାର କରାଯାଉଥିବା ଦ୍ରବ୍ୟ କିଣିବା ଉଚିତ ନୁହେଁ। ଏହିଦିନ ତୀକ୍ଷ୍ମ ଦ୍ରବ୍ୟ ଯେପରି ଛୁରୀ, କଇଁଚି କିଣନ୍ତୁ ନାହିଁ। ଏହାସହ ଲୁହାର ବାସନ ମଧ୍ୟ କିଣନ୍ତୁ ନାହିଁ।

ଆଲୁମିନିୟମ ବାସନ:

ଧନତେରସରେ ଆଲୁମିନିୟମ ବାସନ କିଣିବା ଅନୁଚିତ। ଆଲୁମିନିୟମର ସମ୍ବନ୍ଧ ରାହୁ ସହ ରହିଥିବାରୁ ଏହା କିଣିବା ଅଶୁଭ ଅଟେ। ଆଲୁମିନିୟମର ବ୍ୟବହାର ପୂଜାରେ କରାଯାଇ ନଥାଏ।

କଳା ରଙ୍ଗର ବସ୍ତୁ:

ଏହିଦିନ କଳା ରଙ୍ଗର ବସ୍ତୁ ଘରକୁ ଆଣିବା ଉଚିତ ନୁହେଁ। କଳା ରଙ୍ଗକୁ ଦୁର୍ଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ତେଣୁ ଧନତେରସ ପରି ପବିତ୍ର ପର୍ବରେ କଳା ରଙ୍ଗର ଦ୍ରବ୍ୟ କିଣନ୍ତୁ ନାହିଁ।

ତେଲ:

ଧନତେରସରେ ତେଲ ଏବଂ ତେଲ ଜାତୀୟ ଦ୍ରବ୍ୟ କିଣିବା ଅନୁଚିତ। ଯେପରି ଘିଅ, ରିଫାଇନ ତେଲ କିଣିବାକୁ ବାରଣ କରାଯାଇଛି। ଦୀପ ଜଳାଇବା ନିମନ୍ତେ ତେଲ ଆବଶ୍ୟକ ହୋଇଥାଏ। ତେଣୁ ଧନତେରସ ପୂର୍ବରୁ ତେଲ କିଣିବା ଉଚିତ।

ନକଲି ଗହଣା:

ଧନତେରସରେ ଅଧିକ ଲୋକ ସୁନା ଓ ଚାନ୍ଦିର ଦ୍ରବ୍ୟ କିଣା ଯାଇଥାଏ। କିନ୍ତୁ ଏହି ଧ୍ୟାନ ଦିଅନ୍ତୁ ଯେ, ଭୁଲରେ ନକଲି ଗହଣା କିଣନ୍ତୁ ନାହିଁ। ଏପରି କରିବା ଦ୍ବାରା ଘରେ ଧନହାନୀ ହେବାର ସମ୍ଭାବନା ରହିଥାଏ।

ଆଲେଖ୍ୟ- ପ୍ରଜ୍ଞାସିନୀ ମଲ୍ଲିକ

Leave A Reply