ଅପଶବ୍ଦର ବ୍ୟବହାର ବ୍ୟକ୍ତି ଉପରେ ପକାଇଥାଏ ଅନେକ କୁପ୍ରଭାବ

0

ଜାତକର ଦ୍ୱିତୀୟ,ତୃତୀୟ ଓ ଅଷ୍ଟମ ଭାଗ ବାଣୀ ବା ଭାଷା ସହ ସମ୍ବନ୍ଧିତ। ଏହି ଭାଗରେ ଅଶୁଭ ଗ୍ରହ ଥିଲେ ଭାଷା ଦୂଷିତ ହୋଇଥାଏ। ଅର୍ଥାତ୍‍ ବ୍ୟକ୍ତି ଖରାପ ଭାଷା ବା ଅପଶବ୍ଦର ବ୍ୟବହାର କରିଥାଆନ୍ତି। ଭାଷାକୁ ଅଧିକ ଦୂଷିତ ରାହୁ ଓ ମଙ୍ଗଳ କରିଥାଆନ୍ତି। ଶନିଙ୍କ କୁପ୍ରଭାବ ପଡ଼ିଲେ ମଧ୍ୟ ଅପଶବ୍ଦ କହିବାର ଅଭ୍ୟାସ ହୋଇଯାଏ। ତେବେ ଚାଲନ୍ତୁ ଜାଣିବା ଅପଶବ୍ଦର ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ଉପରେ କ’ଣ ପ୍ରଭାବ ପଡ଼ିଥାଏ –

  • ଅପଶବ୍ଦ କହିବା ଦ୍ୱାରା ବ୍ୟକ୍ତିଙ୍କ ଆର୍ôଥକ ସ୍ଥିତି ଉପରେ ପ୍ରଭାବ ପଡ଼ିଥାଏ।
  • ଏପରି ବ୍ୟକ୍ତିମାନଙ୍କୁ ଗଳା କିମ୍ବା ମୁହଁର ରୋଗ ହେବାର ଆଶଙ୍କା ଥାଏ।
  • ଖରାପ ଭାଷାର ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ସ୍ମରଣଶକ୍ତି ଓ ବୁଦ୍ଧି ହ୍ରାସ ପାଇଥାଏ।
  • ଏମାନଙ୍କୁ ନିଶ୍ଚିତ ରୂପେ ଜୀବନରେ ପତନର ସାମ୍ନା କରିବାକୁ ପଡ଼ିଥାଏ।
  • ଏପରି ବ୍ୟକ୍ତିମାନେ ଜାଣିଶୁଣି ବିପତ୍ତିକୁ ନିମନ୍ତ୍ରଣ ଦେଇଥାଆନ୍ତି।
    କିପରି ସୁଧାରିବେ ଅପଶବ୍ଦ କହିବାର ଅଭ୍ୟାସ:
  • ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ କରନ୍ତୁ।
  • ଏହାପରେ ଗାୟତ୍ରୀମନ୍ତ୍ର ଜପ କରନ୍ତୁ।
  • ସକାଳୁ ତୁଳସୀ ପତ୍ର ନିଶ୍ଚିତ ଖାଆନ୍ତୁ।
  • ସର୍ବଦା ଶୁଦ୍ଧ ଖାଦ୍ୟ ପାନୀୟ ସେବନ କରନ୍ତୁ।
  • ଭୋଜନରେ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ ସାମିଲ କରନ୍ତୁ।
  • ସବୁଜ ରଙ୍ଗର ବ୍ୟବହାର ମଧ୍ୟ ଲାଭକାରୀ ସାବ୍ୟସ୍ତ ହେବ।
Leave A Reply