ପେନସନ୍ ଅର୍ଥରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଲକ୍ଷେ ଟଙ୍କା ଦାନ କଲେ ପୂର୍ବତନ ଶିକ୍ଷୟିତ୍ରୀ

କଟକ : କରୋନା ମହାମାରୀର ପ୍ରକୋପ ସମୟରେ ଦେଶର ଆର୍ଥିକ ବ୍ୟବସ୍ଥା ଭୁଷୁଡି ପଡିଛି। ଏହି ସମୟରେ ସମାଜର ବିଭିନ୍ନ ବର୍ଗର ଲୋକ ସରକାରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ତେବେ ଓଡ଼ିଆ ଉତ୍କଳ ବାହିନୀର ସଭାପତି ପୁଣ୍ୟଶ୍ଳୋକ ମହାନ୍ତିଙ୍କ ଆହ୍ବାନ କ୍ରମେ ଓଡ଼ିଆ ଉତ୍କଳ ବାହିନୀର ବରିଷ୍ଠ ସଦସ୍ୟା ତଥା ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ମିଶ୍ର ନିଜ ପେନସନ ଅର୍ଥରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
ତେବେ ଶ୍ରୀମତୀ ମିଶ୍ର ନିଜେ ଆସି ନପାରିବାରୁ ତାଙ୍କ ପୁତ୍ର ସଞ୍ଜିବ ମହାପାତ୍ର କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀଙ୍କୁ ଏହି ଲକ୍ଷେ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏହି ସମୟରେ ଓଡ଼ିଆ ଉତ୍କଳ ବାହିନୀର ସଭାପତି ପୁଣ୍ୟଶ୍ଳୋକ ମହାନ୍ତି, ସଂପାଦକ ପ୍ରଫୁଲ୍ଲ ଜେଠୀ, ସଦସ୍ୟ ନୀଳମ ଦାସ, ରାଜନ ମହାରଣା, ଉଦୟ ନାଥ ଦଳେଇ ଓ ବରିଷ୍ଠ ନାଗରିକ ତଥା ସମାଜସେବୀ ଦୀପକ କୁମାର ଗୁପ୍ତ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମହାପାତ୍ରଙ୍କୁ ଉତ୍ସାହିତ କରିଥିଲେ।