କରୋନା ପାଇଁ ଗୋଟିଏ ପରିବାରରୁ ୭୧ ହଜାର ଦାନ

କେନ୍ଦ୍ରାପଡ଼ା: କରୋନା ମୁକାବିଲା ପାଇଁ ଗୋଟିଏ ପରିବାରର ସଦସ୍ୟମାନେ ମୁଖ୍ରମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୭୧ ହଜାର ଟଙ୍କା ଦାନ କରିଛନ୍ତି। ଏହି ପରିବାର ବୟସର ଅପରାହ୍ଣରେ ଥିବା ମହିଳା ଜଣକ ତାଙ୍କ ପେନସନ ଟଙ୍କାରୁ ୨୧ ହଜାର ଟଙ୍କା ଦେଇଛନ୍ତି। ତାଙ୍କ ଗୋଟିଏ ଝିଅ ୪୦ ହଜାର ଟଙ୍କା ଓ ଅନ୍ୟ ଝିଅ ୧୦ ହଜାର ଟଙ୍କା ଦାନ କରିଛନ୍ତି। ଏହି ମହିଳା ଜଣକ ହେଉଛନ୍ତି ସୁଷମା ମହାପାତ୍ର। ସୁଷମାଙ୍କୁ ୮୦ ବର୍ଷ ହେଲାଣି। ହେଲେ ସମାଜସେବା ପାଇଁ ତାଙ୍କ ମନ ଏବେବି ବ୍ୟାକୁଳ। ଯେତେବେଳେ କୌଣସି ପ୍ରାକୃତିକ ବିପର୍ୟ୍ୟୟ ଘଟେ ସେ ତାଙ୍କ ପେନସନ ଅର୍ଥରୁ ଦାନ କରନ୍ତି। ସେହିପରି ତାଙ୍କ ଗୋଟିଏ ଝିଅ ହେଉଛନ୍ତି ମମତା ଓ ଅନ୍ୟ ଝିଅ ହେଉଛନ୍ତି ରୀନା ସ୍ୱାଇଁ(ମହାପାତ୍ର)। ଜିଲା ମତ୍ସ୍ୟ ଅଧିକାରୀ ଭାବେ କାର୍ୟ୍ୟରତ ମମତା ଜିଲାପାଳ ସମର୍ଥ ବର୍ମାଙ୍କୁ ତାଙ୍କ କାର୍ୟ୍ୟାଳୟରେ ଭେଟି ତାଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି।

ଏହି ଅବସରରେ ମମତା ଗଣମାଧ୍ୟମକୁ କହିଲେ ତାଙ୍କ ବାପା ପଦ୍ମଚରଣ ଭୁବନେଶ୍ୱର ଏଜି ଅଫିସରୁ ସିନିୟର ଆକାଉଂଟସ ଅଫିସର ଭାବେ ଅବସର ଗ୍ରହଣ କରିଥିଲେ। ସେ ଜଣେ ସଚ୍ଚୋଟ ଅଫିସର ଥିଲେ। ସେ ତାଙ୍କ ପିଲାମାନଙ୍କୁ ମଧ୍ୟ ସଚ୍ଚୋଟ ହେବା ସହ ଜନସେବା କରିବା ପାଇଁ ପ୍ରେରଣା ଦେଇଥିଲେ। ସେହିପରି ତାଙ୍କ ମା’ ମଧ୍ୟ ପିଲାଙ୍କୁ ଜନସେବା କରିବା ପାଇଁ ପ୍ରେରଣା ଦେଇଛନ୍ତି ବୋଲି ମମତା କହିଛନ୍ତି।

Comments are closed.