ପ୍ରତିଦିନ କରୋନା ପରୀକ୍ଷା କରାଇବେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୈନ୍ୟ ସହଯୋଗୀଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଟ୍ରମ୍ପ ପ୍ରତିଦିନ କୋଭିଡ-୧୯ ପରୀକ୍ଷା କରାଇବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ସୈନ୍ୟ ସହଯୋଗୀ କରୋନା ଭୂତାଣୁରେ ଆକ୍ରାନ୍ତ ହେବା ପରେ ଟ୍ରମ୍ପ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି। ତେବେ ଉକ୍ତ ସଂକ୍ରମିତ ସହିତ ତାଙ୍କର ଅଧିକ ସମ୍ପର୍କ ନ ଥିବା ଟ୍ରମ୍ପ କହିଛନ୍ତି। ହ୍ବାଇଟହାଉସରେ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ମୁଁ ତାଙ୍କ ସହିତ କମ୍‌ ସମ୍ପର୍କରେ ଆସିଛି। ମୁଁ ଜାଣିଛି ସେହି ବ୍ୟକ୍ତି କିଏ। ସେ ବହୁତ ଭଲ ବ୍ୟକ୍ତି। ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ବି ଉକ୍ତ ସଂକ୍ରମିତଙ୍କ ସହିତ କମ୍‌ ସଂସ୍ପର୍ଶରେ ଆସିଥିଲେ। କିନ୍ତୁ ଆମ ଦୁଇ ଜଣଙ୍କ ଯାଞ୍ଚ କରାଯାଇଛି। ଏଣିକି ପ୍ରତିଦିନ ତାଙ୍କର, ଉପରାଷ୍ଟ୍ରପତିଙ୍କର ଏବଂ ହ୍ବାଇଟହାଉସର ଅନ୍ୟ କର୍ମଚାରୀଙ୍କର ପରୀକ୍ଷା କରାଯିବ। ମୁଁ ମୋ ନିଜର ପରୀକ୍ଷା ଗତ କାଲି ଏବଂ ଆଜି ପରୀକ୍ଷା କରାଇଛି। ଉଭୟ ରିପୋର୍ଟ ନେଗେଟିଭ ଆସିଛି।

Comments are closed.