ମୋଟେରା ଷ୍ଟାଡିୟମରେ ଶାହରୁଖ ଓ ଅମିତାଭଙ୍କୁ ମନେ ପକାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦୁଇ ଦିନିଆ ଭାରତ ଗସ୍ତ ଆସି ପ୍ରଥମେ ସାବରମତି ଆଶ୍ରମରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ମୋଟେରା ଷ୍ଟାଡିୟମରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ଟ୍ରମ୍ପ ବଲିଉଡ ଫିଲ୍ମର ପ୍ରଶଂସା କରି ଶାହରୁଖ ଖାନ୍ ଓ ଅମିତାଭ ବଚ୍ଚନଙ୍କୁ ମନେ ପକାଇଥିଲେ।

ଟ୍ରମ୍ପ ନିଜ ଅଭିଭାଷଣ​‌ରେ କହିଥିଲେ ଯେ, ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀ ବହୁ ବଡ। ଏଠାରେ ପ୍ରତି ବର୍ଷ ପ୍ରାୟ ୨ ହଜାର ଫିଲ୍ମ ନିର୍ମାଣ ହୋଇଥାଏ। ଏଠାକାର ଫିଲ୍ମରେ ନୃତ୍ୟ-ଗୀତ ଅତି ଉଚ୍ଚକୋଠୀର ।ଏହା ସହ ସେ ଶାହରୁଖ ଖାନ୍-କାଜୋଲଙ୍କ ସୁପରହିଟ୍ ଫିଲ୍ମ ‘ଦିଲୱାଲେ ଦୁଲ୍ହନିଆ ଲେ ଜାଏଙ୍ଗେ’ ଏବଂ ଅମିତାଭ ବଚ୍ଚନଙ୍କ ‘ଶୋଲେ’ ଫିଲ୍ମର ବହୁତ ପ୍ରଂଶସା କରିଥିଲେ।

ଏଠାରେ ପ୍ରକାଶ ଯେ, ଡୋନାଲ୍ଡ ଟ୍ରମ୍ପ ଭାରତଗସ୍ତ ପୂର୍ବରୁ ଅୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପ୍ରଶଂସା କରିଥିଲେ। ଟ୍ରମ୍ପ ଏହି ଫିଲ୍ମ ସହ ଜଡିତ ଏକ ଟୁଇଟ୍ କରିଥିଲେ।

Comments are closed.