ଦୀପାବଳି ଅଭିନନ୍ଦନ ଜଣାଇଲେ ଆମେରିକା ରାଷ୍ଟ୍ରପତି

0

ନ୍ୟୁୟର୍କ: ଦୀପାବଳି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିନନ୍ଦନ ଜଣାଇଛନ୍ତି। ପତ୍ନୀ ମେଲାନିଆଙ୍କ ସହ ଏକ ମିଳିତ ବାର୍ତ୍ତାରେ ଟ୍ରମ୍ପ କହିଛନ୍ତି ଯେ ଦୀପାବଳି ହେଉଛି ଆଲୋକର ପର୍ବ। ଅଜ୍ଞାନ ଉପରେ ଜ୍ଞାନ ଏବଂ ଅଧର୍ମ ଉପରେ ଧର୍ମର ଜୟର ପ୍ରତୀକ। ଆଲୋକର ପର୍ବ ଦୀପାବଳି ଅବସରରେ ଅଭିନନ୍ଦନ। ଭାରତ-ଆମେରିକାର ସମ୍ପର୍କକୁ ଆଲୋକିତ କରିବା ପାଇଁ ଦୀପାବଳି ଏକ ସ୍ୱତନ୍ତ୍ର ସୁଯୋଗ। ଆମେରିକାର ବିକାଶରେ ଭାରତୀୟ ବଂଶୋଦ୍ଭବଙ୍କ ଅବଦାନ ମହତ୍ତ୍ୱପୂର୍ଣ୍ଣ। ଶିଳ୍ପ ଓ ବ୍ୟବସାୟଠାରୁ ଆରମ୍ଭ କରି ସରକାରୀ ସେବା, ଶିକ୍ଷା, ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଭାରତୀୟମାନଙ୍କର ଅବଦାନ ରହିଛି। ତେଣୁ ଏହି ସମ୍ପର୍କ ଆହୁରି ସୁଦୃଢ଼ ହେବା ପାଇଁ ଦୀପାବଳି ଅବସରରେ ଶୁଭକାମନା।

Leave A Reply