ରାଷ୍ଟ୍ରପତି ଭବନରେ ଟ୍ରମ୍ପ ଦମ୍ପତିଙ୍କୁ ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ: ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିୟା ଟ୍ରମ୍ପଙ୍କୁ ମଙ୍ଗଳବାର ପୂର୍ବାହ୍ନରେ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ କରାଯାଇଛି। ଟ୍ରମ୍ପଙ୍କୁ ୨୧ ତୋପ ସଲାମୀ ଏବଂ ଗାର୍ଡ ଅଫ ଅନର ଦିଆଯିବା ସହିତ ରାଜକୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଟ୍ରମ୍ପ ରାଷ୍ଟ୍ରପତି ଭବନରେ ପହଞ୍ଚିବା ଆଗରୁ ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପ ପହଞ୍ଚିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ରମ୍ପଙ୍କ ସହିତ ହାତ ମିଳାଇ ସ୍ବାଗତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ। ପରେ ଟ୍ରମ୍ପ ବରିଷ୍ଠ ପଦାଧିକାରୀଙ୍କ ସହିତ ପରିଚିତ ହୋଇଥିଲେ। ସ୍ବାଗତ ସମ୍ବର୍ଦ୍ଧତା ପରେ ଟ୍ରମ୍ପ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପରେ ଟ୍ରମ୍ପ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ସେଠାରେ ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ।

Comments are closed.