ଭାରତକୁ କ୍ଷତିପୂରଣ ଦେଉ ଚୀନ୍‌: ଟ୍ରମ୍ପ

ୱାଶିଂଟନ(ଡିସି): ଏବେ ଭାରତର ଅବସ୍ଥା କ’ଣ ହୋଇଛି ବିଶ୍ବବାସୀ ଅନୁଭବ କରନ୍ତୁ। ଦେଢ ବର୍ଷ ତଳେ ଆର୍ଥିକ ସମେତ ବିଭିନ୍ନ କ୍ଷେତ୍ରରେ ଯଥେଷ୍ଟ ଉନ୍ନତ ସ୍ଥିତିରେ ଥିବା ଭାରତ ଆଜି କରୋନା ମହାମାରୀରେ ସର୍ବାଧିକ କ୍ଷତିଗ୍ରସ୍ତ। ଏଥିପାଇଁ କେବଳ ଚୀନ୍‌ ହିଁ ଦାୟୀ। ଏଣୁ କ୍ଷତିପୂରଣ ବାବଦ ୧୦ ଟ୍ରିଲିଅନ ଆମେରିକୀୟ ଡଲାର ଚୀନ୍‌ ଭାରତକୁୁ ଯୋଗାଇ ଦେବା ଉଚିତ୍‌’ ବୋଲି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କେବଳ ଭାରତ ନୁହେଁ; କରୋନା ଯୋଗୁଁ ବିଶ୍ୱର ଅଧିକାଂଶ ଦେଶର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏଥିପାଇଁ କେବଳ ଚୀନ୍‌ ହିଁ ଦାୟୀ ବୋଲି ସେ କହିଛନ୍ତି।

Comments are closed.