ପୁଣି ରୋଷେଇ ଘରେ ମହଙ୍ଗା ମାଡ଼; ବଢ଼ିଲା ଗ୍ୟାସ୍‌ ଦର

ନୂଆଦିଲ୍ଳୀ: ଦେଶରେ ବଢ଼ିବାରେ ଲାଗିଛି ଏଲପିଜି ସିଲିଣ୍ଡର ଦାମ୍‌ । ପୁଣି ଥରେ ଦେଶରେ ଏଲପିଜି ସିଲିଣ୍ଡର ଦାମ୍‌ ବୃଦ୍ଧି ପାଇଛି । ଯାହାଦ୍ୱାରା ଖାଉଟି ମାନେ ଚିନ୍ତାରେ ପଡ଼ିଛନ୍ତି । ସାରା ଦେଶରେ ରନ୍ଧନ ଗ୍ୟାସର ଦାମ୍‌ ୧୦୦୦ ଟଙ୍କା ଉପରେ ରହିଥିବା ବେଳେ ପୁଣି ସିଲିଣ୍ଡରର ଦାମ୍‌ ବୃଦ୍ଧି କରାଯାଇଛି ।   ଚଳିତ ମାସ ଦ୍ୱିତୀୟ ଥର ପାଇଁ ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍‌ ୩ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି । ସେହିପରି କମର୍ସିଆଲ ସିଲିଣ୍ଡରର ଦାମ୍‌ ମଧ୍ୟ ୮ ଟଙ୍କା ବୃଦ୍ଧି ହୋଇଛି ।  ମେ’ ୭ତାରିଖରେ ଘରୋଇ ଗ୍ୟାସ ଦର ଏକା ଥରେ ୫୦ଟଙ୍କା ବୃଦ୍ଧି କରାଯାଇଥିଲା । ଯାହାଫଳରେ ଗ୍ୟାସ୍‌ ଦର ୧୦୦୦ଟଙ୍କା ଟପିଥିଲା । ଆଜି ଦିଲ୍ଲୀରେ ୧୪.୨ ଗ୍ୟାସ ସିଲିଣ୍ଡରର ଦାମ୍‌ ୧,୦୦୩ଟଙ୍କା ରହିଛି । ସେହିପରି କୋଲକାତାରେ ୧,୦୨୯ଟଙ୍କା, ମୁମ୍ବାଇରେ ୧,୦୧୮ଟଙ୍କା ୫୦ ପଇସା ରହିଛି । ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ଏଲପିଜି ଦର ୧,୦୨୯ଟଙ୍କାରେ ପହଞ୍ଚିଛି ।

Comments are closed.