ପୁଅ ବୋହୁ ନିର୍ଯାତନାର ନୂଆ ମୋଡ; ମୁହଁ ଖୋଲିଲେ କ୍ଷେତ୍ରମୋହନଙ୍କ ପତ୍ନି

ଯାଜପୁର: ଯାଜପୁର ମୁରାରୀପୁର ଗାଁ ପୁଅ ବୋହୁ ନିର୍ଯାତନା ଘଟଣା ଏକ ନୂଆ ମୋଡ ନେଇଛି । ପୁଅ ବୋହୁଙ୍କ ନିର୍ଯାତନା ସହିନପାରି ଘର ଛାଡିଥିବା କ୍ଷେତ୍ରମୋହନ ନିଜର ସଂପତି ସରକାରଙ୍କୁ ଦାନ କରିବା ନିଷ୍ପତି ନେବା ପରେ ଶନିବାର ପୁଅ ସୂର୍ଯ୍ୟମଣି ଜିଲାପାଳ ରଂଜନ କୁମାର ଦାସଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରିଛନ୍ତି । ବାପାଙ୍କ ସମସ୍ତ ଦାୟିତ୍ୱ ନେବାକୁ ସେ ରାଜି ବୋଲି କହିବା ସହିତ ସଂପର୍କିୟଙ୍କ କବଳରୁ ପଳାଇ ଆସିବାକୁ ଅନୁରୋଧ କରିଛନ୍ତି । ସେପଟେ କ୍ଷେତ୍ରମୋହନଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ନିଜ ପତ୍ନି ଜ୍ୟୋତ୍ସା ମିଶ୍ର । ତାଙ୍କୁ ଦୀର୍ଘଦିନ ଧରି କ୍ଷେତ୍ରମୋହନ ନାନା ଅବହେଳା କରୁଥିବା କହିବା ସହିତ ତାଙ୍କର ସମସ୍ତ ଯତ୍ନ ପୁଅ ବୋହୁ ନେଉଥିବା ସେ କହିଛନ୍ତି । ସେପଟେ ଜିଲାପାଳ ରଂଜନ କୁମାର ଦାସ ଏହା ଏକ ପାରିବାରିକ ବିବାଦ ତେଣୁ ଏହାର ସମାଧାନ ପରିବାର ସଦସ୍ୟ ମିଶି କରି ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି ।

Comments are closed.