ମହାନଦୀ ମୁହାଣରେ ଡଲ୍‌ଫିନଙ୍କ ଜଳକ୍ରୀଡ଼ା

ପାରାଦ୍ୱୀପ: ଦୀର୍ଘବର୍ଷ ବ୍ୟବଧାନରେ ପାରାଦ୍ୱୀପରେ ଡଲ୍‌ଫିନ ଦେଖିବାକୁ ମିଳିଛି। ନେହେରୁ ବଙ୍ଗଳାସ୍ଥିତ ମହାନଦୀ ମୁହାଣ ମୁହଁ ନିକଟରେ ତିନିଟି ଡଲ୍‌ଫିନ ଜଳକ୍ରୀଡା କରୁଥିବା ଦେଖାଯାଇଛି। ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରଘଟ ହେବାରେ ଲାଗିଛି।

ଏବେ ମାଛଧରା ବନ୍ଦ୍‌ ଥିବାରୁ ମୁହାଣ ମୁହଁରେ ଟ୍ରଲର ଚଳାଚଳ ବନ୍ଦ ରହିଛି। ଏଥିପାଇଁ ମୁହାଣ ମୁହଁର ପରିବେଶ ଶାନ୍ତ ରହିଛି ଓ ସ୍ଥିର ପାଣିରେ ତିନିରୁ ଚାରିଟି ଡଲ୍‌ଫିନ ନିୟମିତ ଖେଳୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମହାନଦୀ ମୁହାଣ ମୁହଁରେ କିଛି ସମୟ ଅନ୍ତରରେ ଡଲଫିନ୍‍ ଦେଖିବାକୁ ମିଳୁଥିଲେ। ହେଲେ କିଛିବର୍ଷ ହେବ ଡଲଫିନଙ୍କ ଦେଖା ନ ଥିଲା। ତେବେ ଏହି ଖବର ପ୍ରଚାର ହେବା ପରେ ଦୁଇଦିନ ହେଲା ମୁହାଣ ମୁହଁରେ ଭିଡ଼ ଜମୁଛି।

Comments are closed.