ପ୍ରତି ଡଲାର ତୁଳନାରେ ସର୍ବନିମ୍ନ ସ୍ତରକୁ ଖସି ପୁଣି ସୁଧିରିଲା ଟଙ୍କା

0

ନୂଆଦିଲ୍ଲୀ .- ସର୍ବନିମ୍ନ  ସ୍ତରକୁ  ଖସିବା ପରେ ପୁଣି ଭାରତୀୟ ମୁଦ୍ରାର ମୂଲ୍ୟରେ ସୁଧାର ଆସିଛି । ଶୁକ୍ରବାରରେ ଷ୍ଟକ ଏକ୍ସଚେଞ୍ଜ ବନ୍ଦ ହେବା ବେଳ ପ୍ରତି ଆମରିକୀୟ ଡଲାରର ମୂଲ୍ୟ ୭୧.୭୪ ଭାରତୀୟ ଟଙ୍କା ଥିଲା । ସୋମବାରରେ ମାର୍କେଟ ଖୋଲିବା ପରେ ଏହାର ମୂଲ୍ୟ ହ୍ରାସ ପାଇବାରେ ଲାଗିଥିଲା । ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା ।  ପ୍ରତି ଡଲାର ୭୨. ୬୭ ଟଙ୍କାରେ ପହଞ୍ଚିଥିଲା ।

ପରେ ଏହାର ଅବସ୍ଥାରେ ସୁଧାର ଆସିଥିଲା । ଅପରାହ୍ନ ୨ ଟା ସମୟରେ ଏଥିରେ ୩୭ ପଇସା ସୁଧାର ଆସି ୭୨.୩୦ ଟଙ୍କାରେ ପହଞ୍ଚିଥିଲା ।

Leave A Reply