ଏନଏସି ପକ୍ଷରୁ ଉଠା ଦୋକାନୀଙ୍କୁ ସହାୟତା

ବରପାଲି : ବରପାଲି ବିଜ୍ଞାପିତ ଅଚଂଳ ପରିଷଦ ପରିସରରେ ରାସ୍ତାକଡ଼ ଅସ୍ଥାୟୀ ଉଠା ଦୋକାନୀ ମାନଙ୍କୁ କୋଭିଡ଼ ଗାଇଡ଼ ଲାଇନକୁ ସମ୍ମାନ ଜଣାଇ ସହାୟତା ରାଶି ପ୍ରଦାନ ହୋଇଯାଇଛି। ଗୁରୁବାର ପୂର୍ବାହ୍ନରେ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ମେହେରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। ଜାତିୟ ସହରାଞ୍ଚଳ ଜିବୀକା ମିଶନ ଆନୁକୁଲ୍ୟରେ ଏନଏସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ୨୩୩ ଜଣ ଉଠା ଦୋକାନୀ ମାନଙ୍କୁ ୩୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।
ମୁଖ୍ୟଅତିଥି ଭାବରେ ବିଜେପୁର ବିଧାୟିକା ଯୋଗ ଦେଇ ଦୋକାନୀ ମାନଙ୍କୁ ଚେକ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ମହେନ୍ଦ୍ର ମେହେର ଓ ନରେନ୍ଦ୍ର ହୋତା ଉପସ୍ଥିତ ରହିଥିଲେ। ଅତିଥି ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସଠିକ ରୂପାୟନ ଓ ବର୍ତ୍ତମାନ ସ୍ଥିତିରେ ସହ ଉପୁଜିଥିବା ଅସହାୟ ଅବସ୍ଥା ସମ୍ପର୍କିତ ତତ୍ୱକୁ ନେଇ ବୁଝାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଏନଏସିର କର୍ମଚାରୀ ମାନେ ସହାୟତା କରିଥିଲେ।

Comments are closed.