ପୋଷା କୁକୁର ଜନ୍ମଦିନରେ ୪ ହଜାର ଅତିଥିଙ୍କ ଗହଣରେ ୧୦୦ କିଲୋର କେକ କାଟିଲେ ମାଲିକ

ଡେସ୍କ: ମଣିଷ ଓ ପଶୁ ମଧ୍ୟରେ ସମ୍ପର୍କ ଯୁଗେଯୁଗେ ସ୍ନେହ, ପ୍ରେମ ଓ ଆଦର ଭାବର ନିଦର୍ଶନ ହୋଇ ରହିଆସିଛି। ମଣିଷ ଭଲ ପାଉଥିବା ପଶୁ ପାଇଁ ସବୁ କିଛି କରିବାକୁ ଆଗଭର ହୋଇଥାଏ। ଏ କ୍ଷେତ୍ରରେ ମଣିଷର ପ୍ରିୟ ହେଉଛି କୁକୁର ଓ ଏମିତି ଅନେକ ନଜିର ରହିଛି ଯେଉଁଠି ମଣିଷ ତାର ପ୍ରିୟ ସାଥି ପୋଷା କୁକୁର ପାଇଁ ସବୁକିଛି କରିଛି। ଏମିତି ଏକ ଘଟଣା ଘଟିଛି କର୍ଣ୍ଣାଟକରେ। କର୍ଣ୍ଣାଟକର ବେଲଗାଭିରେ ଶିବାପ୍ପା ୟେଲାପ୍ପା ମାରାଡି ନାମକ ଜଣେ ବ୍ୟକ୍ତି ନିଜ ପୋଷା କୁକୁର କ୍ରିଶ ପ୍ରତି ନିଃସ୍ୱାର୍ଥପର ପ୍ରେମ ପାଇଁ ତାର ଜନ୍ମଦିନ ପାଳନ କରିଛନ୍ତି ଓ ୧୦୦ କିଲୋଗ୍ରାମ କେକ୍ କାଟିଛନ୍ତି। କେବଳ ସେତିକି ନୁହେଁ, କ୍ରିଶର ଜନ୍ମଦିନରେ ମାରାଡି ୪ ହଜାର ଅତିଥିଙ୍କୁ ମଧ୍ୟ ଭୋଜନରେ ଆପ୍ୟାୟିତ କରିଛନ୍ତି। ଏବେ ଏହି ଜନ୍ମଦିନର ଭିଡିଓ ଭାଇରଲ ହେବାରେ ଲାଗିଛି।

ଜନ୍ମଦିନରେ କ୍ରିଶର ମୁଣ୍ଡରେ ଏକ ସୁନ୍ଦର ବାଇଗଣୀ ରଙ୍ଗର ଟୋପି ପିନ୍ଧାଯାଇଛି ଓ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ସେ ବେଶ ଖୁସି ଥିବା ଜଣାପଡୁଛି।

Comments are closed.