ମାଲିକକୁ ଗୁଳି ମାରିଲା କୁକୁର

0

ନିଉମେକ୍ସିକୋ . – ନିଉ ମେକ୍ସିକୋରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମାଲିକଙ୍କୁ ତାଙ୍କ ପୋଷା କୁକୁର ଦୁର୍ଘଟଣା ବଶତଃ ଗୁଳି ମାରି ଦେଇଛି ।  ଟେକ୍ସ ହାରଲ୍ଡ ଗିଲଗେଟ୍‌ ନାମକ ବ୍ୟକ୍ତିଚି ଉହୁଆହୁଆନ ମରୁଭୂମି ଭିତରେ ଦେଇ ନିଜର ମିନି ଟ୍ରକକୁ ଚଳାଉଥିଲେ । ଟ୍ରକର କ୍ୟାବିନ ଭିତରେ ତାଙ୍କର ପୋଷା କୁକୁର ରହିଥିଲା । ତା ନିକଟରେ ଟେକ୍ସ ହାରଲ୍ଡ ଗିଲଗେଟ୍‌ ବନ୍ଧୁକ ରଖିଥଲେ।

ଟେକ୍ସ ହାରଲ୍ଡ ଗିଲଗେଟ୍‌ଙ୍କର ଲାବ୍ରାଡର ପ୍ରଜାତିର ପେଷା କୁକୁର ନିଜ ଗୋଡ ପଞ୍ଜାକୁ ବନ୍ଧୁକ ଉପରେ ରଖିଥିଲା । ଭୁଲ୍‌ବଶତଃ କୁକୁର ପଞ୍ଜା ଏହାର ଟ୍ରିଗରରେ ଲାଗିଯାଇଥିଲା । ଏଥିଯୋଗୁଁ ଗୁଳି ଫୁଟି ଟେକ୍ସ ହାରଲ୍ଡ ଗିଲଗେଟ୍‌ ଆହତ ହୋଇଥିଲେ । ତାଙ୍କର ବେକ ତଳ  ପଞ୍ଜରା ହାଡରେ ଗୁଳି ବାଜିବା ସହ ଫୁସ୍‌ଫୁସ୍‌ରେ ଗୁଳି ପଶିଯାଇଥିଲା। ଗୁରୁତର ଅବସ୍ଥାରେ ସେ ନିଜ ଫୋନ୍‌ରୁ ଜରୁରୀକାଳିନ ସେବା ନମ୍ବରକୁ କଲ୍‌ କରିଥିଲେ । ପରେ ସେଠାରୁ ତାଙ୍କୁ ହେଲିକାପ୍ଟର ସାହାଯ୍ୟରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଟେକ୍ସ ହାରଲ୍ଡ ଗିଲଗେଟ୍‌ ବିପଦ ମୁକ୍ତ ଅଛନ୍ତି । ସେ ଏବେବି ନିଜ କୁକୁରକୁ ଭଲ ପାଇବା କଥା କହିଛନ୍ତି । ଭୁଲ୍‌ବଶତଃ ଏପରି ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି ।

Leave A Reply