ଏବେ ଭୁଶୁଡିଥିବା କୋଠାଘର ତଳୁ ଜୀବନ ତଲାସୁଛନ୍ତି ସନ୍ଧାନୀ କୁକୁର , ଦେଖନ୍ତୁ ଭିଡିଓ

ମୁମ୍ବଇ. – ମଙ୍ଗଳବାରରେ ମୁମ୍ବଇରେ ଏକ କୋଠାଘର ଭୁଶୁଡିବା ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ତଳେ ଆହୁରି ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୁଧବାର ସକାଳେ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ କରାଯାଇଥିବା ଉଦ୍ଧାର କାର୍ଯ୍ୟରେ ସନ୍ଧାନୀ କୁକୁର (ସ୍ନିପର ଡଗ୍ )ଙ୍କୁ ନିୟୋଜିତ କରାଯାଇଛି । ଏହି ସନ୍ଧାନୀ କୁକୁରମାନେ ଭଙ୍ଗା ଇଟା ଓ ଛାତ ତଳୁ ଲୋକଙ୍କୁ ସନ୍ଧାନ କରୁଥିବା ଦେଖିବାକୁ ମିଳଥିଲା । ଏନ୍‌ଡିଆର୍‌ଏଫ୍‌ର ତିନୋଟି ଦଳ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଏହି ଦୁର୍ଘଟଣାପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ଏଥିରେ ଗୃହନିର୍ମାଣ ମନ୍ତ୍ରୀ ଆରବି୍‌ ପାଟିଲ୍‌ଙ୍କ ସହ ମୁମ୍ବାଇ ନଗର ନିଗମର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ସୂଚନାଯୋଗ୍ୟ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ମିନିଟରେ ମୁମ୍ବାଇର ଡୋଙ୍ଗରିରେ ଡାଣ୍ଟେଲ ଗଳିରେ କେଶରବାଇ ନାମକ ଏକ ୪ ମହଲା ବିଷିଷ୍ଟ ଅଟ୍ଟାଳିକ ଭୁଶୁଡି ପଡିଥିଲା । ଏହି ଅଟ୍ଟାଳିକା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଏଥିରେ ପ୍ରାୟ ୮ ରୁ ୧୦ଟି ପରିବାର ରହୁଥିଲେ। ଅଟ୍ଟାଳିକାଟି ୮୦ ରୁ ୧୦୦ ବର୍ଷ ପୁରୁଣା ହେବ ବୋଲି ଅନୁମାନ କରାଯାଉଛି ।

Comments are closed.