କାର୍‍ ଧକ୍କାରେ କୁକୁର ଜୀବନ ଗଲା : ଥାନାରେ ମାମଲା

ଉତ୍ତରଭୁବନେଶ୍ୱର : କାର୍‍ ଧକ୍କାରେ ଗଲା କୁକୁର ଜୀବନ। ଛଟପଟ ହୋଇ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଲା। ଏହି ଘଟଣା ସିସିଟିଭିରେ କଏଦ ହୋଇଥିବାବେଳେ ଏବେ ମାମଲା ଥାନାରେ ପହଞ୍ଚିଛି। ବାଲିଅନ୍ତା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ରାସ୍ତାରେ ଏକ କୁକୁର ଶୋଇଥିବାବେଳେ କାର୍‍ ଚାଳକ ହର୍ଣ୍ଣ ନଦେଇ କୁକୁର ଉପରେ ଚଢ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ କୁକୁରଟି ପ୍ରାଣ ହରାଇଥିଲା। ସିସିଟିଭି ଫୁଟେଜରୁ ଏହା ଜଣାପଡ଼ିବା ପରେ ପିପୁଲ୍‍ସ ଫର ଆନିମଲ କର୍ମକର୍ତ୍ତାଙ୍କ ଦୃଷ୍ଟିକୁ ଆସିଥିଲା। ଶନିବାର ରାତିରେ ଅନୁଷ୍ଠାନର କର୍ମକର୍ତ୍ତା ଏନେଇ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Comments are closed.