ବାଘ ରୂପରେ କୁକୁର ; ଫଟୋ ଭାଇରାଲ

ବାଘର ରୂପରଙ୍ଗରେ ଗୋଟିଏ କୁକୁରର ଫଟୋ ଏବେ ସୋମସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଫଟୋଟିକୁ ଦେଖି ଆପଣ ମଧ୍ୟ କିଛି କ୍ଷଣ ପାଇଁ ଆଶ୍ଚର୍ଯ୍ୟ ହୋଇଯିବେ ପ୍ରକୃତରେ ଏହା ବାଘ ନା କୁକୁର। ଏହି ଫଟୋ ଭାଇରାଲ ହେବା ପରେ ପଶୁଙ୍କ ହିତ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥା ଏହି କାମ କରିଥିବା ବ୍ୟକ୍ତିମାନଙ୍କ ନିକଟରେ ପହଞ୍ଚିବା ତଥା ଦଣ୍ଡ ଦେବା ପାଇଁ ଚେଷ୍ଟା ଆରମ୍ଭ କରିଛନ୍ତି।
ବାଘର ରଙ୍ଗରେ ରଙ୍ଗିତ ହୋଇଥିବା ଏହି କୁକୁରର ଫଟୋ ମ୍ୟାଲେସିୟାର ବୋଲି ଜଣାପଡ଼ିଛି। ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ସେଠାକାର ସ୍ଥାନୀୟ ପଶୁ ବିଭାଗ ଅଧିକାରୀ ଫେସବୁକରେ ଏକ ପୋଷ୍ଟ କରିଥିଲେ ; ଯେଉଁମାନେ ଏହି ଘଟଣା ବିଷୟରେ ସଠିକ ତଥ୍ୟ ଦେବେ ସେମାନଙ୍କୁ ରହସ୍ୟ ଉପହାର ଦିଆଯିବ।
କୁକୁରର ଫଟୋ ଉପରେ ଏଯାଏଁ ୬,୦୦୦ରୁ ଅଧିକ କମେଣ୍ଟ , ଏହାସହ ୩,୦୦୦ ଲୋକେ ସେୟାର କରିଛନ୍ତି।

 

Comments are closed.