ବୁଲା କୁକୁର ଆକ୍ରମଣରେ ଶିଶୁ ଆହତ

କଳାହାଣ୍ଡି: ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବୁଲା କୁକୁର ଆକ୍ରମଣରେ ୧୦ ମାସର ଶିଶୁ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ବୃନ୍ଦାବାହାଲ ଗ୍ରାମରେ ଅମିତ ମଙ୍ଗରାଜଙ୍କ ଦଶ ମାସର ଶିଶୁ ଘରେ ଖେଳୁଥିବା ବେଳେ ହଠାତ୍ ଏକ ବୁଲା କୁକୁର ଘର ଭିତରକୁ ପଶି ଶିଶଟିର ମୁହଁକୁ ଆକ୍ରମଣ କରିଥିଲା। ଫଳରେ ଶିଶଟିର ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ବାରମ୍ବାର ଗୋଲାମୁଣ୍ଡା ବ୍ଲକରେ କୁକୁର ଆକ୍ରମଣ କରି ଅନେକ ଲୋକଙ୍କ ପ୍ରାଣହାନି ହୋଇଥିବା ଅଭିଯୋଗ ହୋଇଛି। ନିକଟ ଅତୀତରେ ଏକ ବୃଦ୍ଧା ଓ ଏକ ଶିଶୁକୁ ବୁଲା କୁକୁର ଝୁଣି ଖାଇଦେଇଥିଲେ। ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ଦେବାକୁ ଦାବି କରାଯାଇଛି।

Comments are closed.