କୁକୁର କାମୁଡ଼ାରେ ୫ ଗୁରୁତର

କଲମପୁର : ଶୁକ୍ରବାର ସକାଳୁ ସକାଳୁ ଟେମରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗ୍ରାମର ୮ ଜଣ ଲୋକ କୁକୁର କାମୁଡାରେ ଗୁରୁତର ହେବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସକାଳୁ ସକାଳୁ କିଏ ଘର କାବାଟ ଖୋଲିଲା ବେଳେ ତ କିଏ ବାହାରକୁ ସ୍ନାନ ଶୌଚ ପାଇଁ ଗଲାବେଳେ ଗୋଟି ଗୋଟି କରି ୮ଜଣ ଲୋକ କୁକୁର କାମୁଡାର ଶିକାର ହୋଇଛନ୍ତି।
ସୂଚନା ଅନୁସାରେ, ଟେମରା ଗ୍ରାମର ଦିବାକର ନାଏକ, ବାସ ଶବର, ଉପେନ୍ଦ୍ର ଶବର, ମନ୍ଦାକିନୀ ଯୋଷୀ, ଲକ୍ଷ୍ମୀକାନ୍ତ ମାଝୀ, ମୁକ୍ତା ଶବର, ସୈରେନ୍ଦ୍ରୀ ଶବର, ପ୍ରମିଳା ନାଏକ ପ୍ରମୁଖଙ୍କୁ ଏକ ବୁଲା କୁକୁର କାମୁଡା ଦେଇଥିଲା। ଏମାନଙ୍କ ମଧ୍ୟରୁ ଦିବାକରଙ୍କ ଅବସ୍ଥା ଗୁରୁତର ରହିଛି। ଉକ୍ତ ବୃଦ୍ଧଙ୍କ ହାତ, ଗୋଡ, ଜଂଘ ଏବଂ ମୁଣ୍ଡରେ କୁକୁର କାମୁଡି ଦେଇଛି। ଅନ୍ୟପଟେ ବର୍ତମାନ ପର୍ଯ୍ୟନ୍ତ ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଏ.ଆର.ଭି କେନ୍ଦ୍ରରୁ କୁକୁର କାମୁଡାର ପ୍ରତିଷେଧକ ଟିକା ଦିଆଯାଇଛିି। ମାତ୍ର କିଛି ସମୟ ମଧ୍ୟରେ ୮ ଜଣ ଲୋକଙ୍କୁ କୁକୁର କାମୁଡି ରକ୍ତାକ୍ତ କରିବା ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।
Comments are closed.