ଅଟ୍ଟାଳି ଜଗନ୍ନାଥଙ୍କ ପ୍ରାମାଣିକ ଚଳଚ୍ଚିତ୍ର ଲୋକାର୍ପିତ

ଆଠଗଡ: ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ଉପରେ ଉଦୟଲାବଣ୍ୟର ନୂତନ ଓଡିଶା ଏଣ୍ଟରଟେନମେଣ୍ଟ ଚାନେଲ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ଅଟ୍ଟାଳି ଜଗନ୍ନାଥଙ୍କ ମନ୍ଦିରରେ ଶନିବାର ସକାଳେ ପୂଜାର୍ଚ୍ଚନା ପରେ ଉଦୟଲାବଣ୍ୟର ସଂପାଦକ ଲଲାଟେନ୍ଦୁ ସେନାପତିଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିିଶିଷ୍ଟ ଆଇନଜୀବୀ ତଥା ଆଠଗଡ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ ଏହି ପ୍ରାମାଣିକ ଚଳଚ୍ଚିତ୍ରକୁ ଲୋକାର୍ପଣ କରିଥିଲେ।

ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କର ମହିମା, ଇତିହାସ ଓ କିମ୍ବଦନ୍ତୀ ସଂପର୍କରେ ଏହି ପ୍ରାମାଣିକ ଚଳଚ୍ଚିତ୍ର ଦ୍ୱାରା ଜନସାଧାରଣ ଜାଣିପାରିବେ ବୋଲି ଶ୍ରୀ ଦାଶ ପ୍ରକାଶ କରିବା ସହ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ଉଦୟଲାବଣ୍ୟ ଦ୍ୱାରା ଡିଜିଟାଲ ପ୍ଲାଟଫର୍ମରେ ଓଡିଶା ଏଣ୍ଟରଟେନମେଣ୍ଟ ଚାନେଲ ମଧ୍ୟ ଆଜି ଗଣେଷ ଚତୁର୍ଥୀ ଅବସରରେ ଶୁଭାରମ୍ଭ ହୋଇଥିବା ସଂପାଦକ ଶ୍ରୀ ସେନାପତି ପ୍ରକାଶ କରିଥିଲେ। ଉଦୟଲାବଣ୍ୟ ଡିଜିଟାଲ ପ୍ଲାଟଫର୍ମରେ ୨ୟ ଚାନେଲ ଭାବେ ଏହି ଓଡିଶା ଏଣ୍ଟରଟେନମେଣ୍ଟ ଚାନେଲ ମାଧ୍ୟମରେ ସାହିତ୍ୟ, ସଂସ୍କୃତି , ଐତିହକୁ ଲୋକଲୋଚନକୁ ଆଣିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସଂପାଦକ ଶ୍ରୀ ସେନାପତି ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଂକିର୍ତ୍ତନ ଗୁରୁ ଅଜୟ ଦାସ, ପଣ୍ଡିତ ମାନସ ପଣ୍ଡା, ସଦାନନ୍ଦ ପଟ୍ଟନାୟକ, ଅଶୋକ ଦାଶ, ବିଚିତ୍ରାନନ୍ଦ ସେଠୀ, ଅମୀନ ସେଠୀ, ସାମ୍ବାଦିକ ଅର୍ଦ୍ଦେନ୍ଦୁ ମହାନ୍ତି, ବିଜୟ ନାୟକ ପ୍ରମୁଖ ଯୋଗଦେଇଥିଲେ। ଅଟ୍ଟାଳି ଜଗନ୍ନାଥଙ୍କ ଉପରେ ପ୍ରସ୍ତୁତ ପ୍ରାମାଣିକ ଚିତ୍ରରେ ସ୍ୱର ଦେଇଛନ୍ତି ଅନ୍ନଦା ପ୍ରସାଦ ରାୟ, ଲେଖକ ସଂପାଦକ ଶ୍ରୀ ସେନାପତି ଓ ସଂପାଦନା କରିଛନ୍ତି ଦେବାଶିଷ ସେନାପତି। ଗଡଜାତ ପରିକ୍ରମାର ଉପସଭାପତି ସୁରେଶ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.