ଦେଶବ୍ୟାପୀ ବନ୍ଦ ଡାକରାକୁ ସମର୍ଥନ କଲା ଓଡିଶା ଶାଖା

ନୂଆଦିଲ୍ଲୀ/ଭୁବନେଶ୍ବର : ପଶ୍ଚିବଙ୍ଗରେ ଡାକ୍ତରଙ୍କୁ ମାଡ ଘଟଣାରେ ସୋମବାର ଦେଶବ୍ୟାପୀ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଡାକ୍ତରମାନେ ଆଜି ସକାଳ ୬ଟାରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ଦେଇଥିବା ଏହି ୨୪ ଘଣ୍ଟିଆ ବନ୍ଦ ଡାକରାକୁ ଓଡିଶା ଶାଖା ପକ୍ଷରୁ ସମର୍ଥନ କରାଯାଇଛି । ଏହି ବନ୍ଦ ଡାକରା ସମୟରେ ସମସ୍ତ ମେଡିକାଲରେ ସମସ୍ତ ଅଣଜରୁରୀ ସେବା ବନ୍ଦ ରହିବ । ଏହା ସହ ହସ୍ପିଟାଲ ଗୁଡିକରେ ସକାଳ ୬ଟାରୁ ଓପିଡି ମଧ୍ୟ ବନ୍ଦ ରହିବ । ଏହା ବ୍ୟତୀତ ଭାରତୀୟ ଚିକିତ୍ସକ ସଂଘର ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ବଡ ଧରଣର ଧାରଣା ଦିଆଯିବ ବୋଲି ସୂଚନା ମିଳିଛି ।

Comments
Loading...