ବିିଶେଷଜ୍ଞ ଚିକିତ୍ସକ ଅଭାବୀଙ୍କ ଗହଣରେ ପାଳିଲେ ଜନ୍ମଦିନ

ଗୁରୁଡିଝାଟିଆ: ଅଭାବୀ ମୁହଁରେ ହସ ମନରେ ଆଣିଦିଏ ବିଶ୍ୱାସ ଓ ଆତ୍ମପ୍ରତ୍ୟୟର ଭାବ। ସରଳ ନିଷ୍କପଟ ମଣିଷଙ୍କ ସ୍ୱର ହିଁ ଦେଶର ଆତ୍ମା ସଦୃଶ। ସେମାନଙ୍କ ସହିତ ଏକାଠି କିଛି ସମୟ ବିତାଇଲେ ଜୀବନର ମୂଲ୍ୟବୋଧ ବେଶ ବାରି ହୋଇପଡେ। ଆଜି ଏଭଳି ଏକ ପରିବେଶ ଭିତରେ କଟକ ବଡମେଡିକାଲର ପୂର୍ବତନ ମଧୁମେହ ବିଶେଷଜ୍ଞ ଚିକିତ୍ସକ ଡାକ୍ତର ପ୍ରକାଶ କୁମାର ପୃଷ୍ଟି କିଛି ସମୟ କର୍ମମୟ ଜଞ୍ଜାଳରୁ ନିଜକୁ ହଜାଇଦେବା ପାଇଁ ଛୁଟି ଆସିଥିଲେ ଚିର ଅବହେଳିତ ଅନୁସୂଚିତ ଜନଜାତି ଗାଁ ରାମଶ୍ୟାମପୁରକୁ। ଡାକ୍ତର ପୃଷ୍ଟି ନିଜର ୫୬ତମ ଜନ୍ମ ଦିବସ ଅଭାବୀ ଜନସାଧାରଣଙ୍କ ସହିତ ବିତାଇବା ସହିତ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ସାଙ୍ଗରେ ଆଣିଥିଲେ ଶୀତବସ୍ତ୍ର ଓ ମିଠା। ଗାଁର ଅଭାବୀ ପରିବାରଙ୍କୁ ପ୍ରଦାନ କରିଥିଲେ ଶୀତବସ୍ତ୍ର ଓ କୁନିକୁନି ପିଲାମାନଙ୍କୁ ଖୁଆଇ ଦେଇଥିଲେ ମିଠା। ଏପରିକି ଗାଁର ମହିଳାମାନେ ଡାକ୍ତର ପୃଷ୍ଟିଙ୍କୁ ବନ୍ଦାପନା କରି ଦୀର୍ଘ ଜୀବନ କାମନା କରିଥିଲେ। ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟରେ ଡାକ୍ତର ପୃଷ୍ଟିଙ୍କ ଧର୍ମପତ୍ନୀ ଜାନକୀ ପୃଷ୍ଟିଙ୍କ ସହିତ ଭଗିନୀ କଲ୍ୟାଣୀ ପୃଷ୍ଟି ଓ ଶ୍ରେୟାନ କୁମାର ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.