ଡାକ୍ତର ଦିବସ ; ବିଧାନଚନ୍ଦ୍ର ରଏଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

ଆଜି ଡାକ୍ତର ଦିବସ । ପ୍ରଖ୍ୟାତ ଚିକିତ୍ସକ ଡକ୍ଟର ବିଧାନଚନ୍ଦ୍ର ରଏଙ୍କ ଜୟନ୍ତୀ। ଏହି  ଉପଲକ୍ଷେ ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଡାକ୍ତରମାନେ ସେମାନଙ୍କର ସେବା ମାଧ୍ୟମରେ କୋଟି କୋଟି ଲୋକଙ୍କର ଜୀବନ ରକ୍ଷା କରୁଥିବାରୁ ସେ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି
କୋଭିଡ ସଂକ୍ରମଣ ସମୟରେ ଡାକ୍ତରମାନଙ୍କର ଅକ୍ଳାନ୍ତ ଉଦ୍ୟମ ଓ ନିସ୍ୱାର୍ଥପର ସେବା ପାଇଁ ସେମାନେ ସ୍ମରଣୀୟ ହୋଇ ରହିବେ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକ୍ତର ଦିବସ ଅବସରରେ ସମସ୍ତ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି ଲୋକମାନଙ୍କର ଜୀବନ ରକ୍ଷା କରିବା ଓ ଏକ ସୁସ୍ଥ ବିଶ୍ୱ ଗଠନ ଦିଗରେ ସେମାନଙ୍କ ଭୂମିକା ଅବିସ୍ମରଣୀୟ ।

 

Comments are closed.