ବ୍ୟବସାୟିକ ଶତ୍ରୁତାରୁ ଡାକ୍ତରଙ୍କୁ ଗୁଳିମାଡ – ଅବସ୍ଥା ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧାର ଏକ ଘରୋଇ କ୍ଲିନିକରେ ରବିବାର ସନ୍ଧ୍ୟାରେ ରୋଗୀ ଦେଖୁଥିବା ବେଳେ ଜଣାଶୁଣା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ଦାସଙ୍କୁ ଗୁଳି ମାଡ ହେବା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ସମ୍ପୃକ୍ତ କ୍ଲିନିକ ଚଳାଉ ଥିବା ଔଷଧ ଦୋକାନୀ ସନ୍ତୁ ମଧ୍ୟ ଗୁଳି ମାଡ଼ରେ ଆହତ ହୋଇଥିବା ଜଣାପଡିଛି। ମୁହଁରେ ମୁଖାବାନ୍ଧି ୨ ଦୁର୍ବୃତ୍ତ ଆସି ୩ ରାଉଣ୍ଡ ଗୁଳିମାଡ କରି ବାଇକରେ ଫେରାର ହୋଇଯାଇଛନ୍ତି। ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବର ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତର ମାନସ ରଞ୍ଜନ ଦାସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ବେଳେର ଭିଡିଓ ଦେଖନ୍ତୁ –

ସୂଚନା ଅନୁଯାୟୀ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ଦାସ ଏକ ଘରୋଇ ଔଷଧ ଦୋକାନ କ୍ଲିନିକରେ ରୋଗୀ ଦେଖୁଥିବା ସମୟରେ ବାଇକରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ଗୁଳିମାଡ କରିଥିଲେ। ବାଇକ ପଛରେ ବସିଥିବା ବ୍ୟକ୍ତି ଜଣକ ଗୁଳି କରିବା ପରେ ଉଭୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳିମାଡ କରିଥିବା ସ୍ଥାନୀୟ ଅଂଚଳର ଜଣେ ଔଷଧ ଦୋକାନୀ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଛି ଓ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏ ସମ୍ପର୍କରେ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି –

Comments are closed.