କୋଭିଡରେ ଭଂଜନଗର ମେଡିକାଲର ଡାକ୍ତର ଶିଶିରକାନ୍ତ ସାବତ ମୃତ

ଭଂଜନଗର : ଭଂଜନଗର ଉପଖଣ୍ଡ ସରକାରୀ ହାସ୍ପିଟାଲ ଆଗ ଧାଡିର କୋରନା ଯୋଦ୍ଧା ଡାକ୍ତର ଶିଶିରକାନ୍ତ ସାବତଙ୍କ କୋଭିଡିରେ ମୃତ୍ୟୁ ହୋଇଛି। ବୁଧବାର ଅପରାହ୍ନ ପ୍ରାୟ ୪ଟା ୫୦ ମିନଟ ସମୟରେ ଏହି ଡାକ୍ତରଙ୍କ ମୃତ୍ୟୁ ଘଟିଥିବା କଥା ମେଡିକାଲ ତରଫରୁ ସ୍ପଷ୍ଟ କରାଯାଇଛି। ୧୪ ତାରିଖରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କର ଆଣ୍ଟିଜେନ୍ସି ପରୀକ୍ଷା କରାଯାଇଥିଲା। ଫଳରେ ତାଙ୍କର ୧୫ ତାରିଖରେ ପଜିଟିଭ୍ ରିପୋର୍ଟ ଆସିଲା ପରେ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିଥିଲା। ତେବେ ଗତ ୪ ଦିନ ଧରି ସେ ଘରେ ରହି ଚିକିତ୍ସିତ ହେଇଥିବା ବେଳେ ହଠାତ୍ ଆଜି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ମେଡିକାଲକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ମେଡିକାଲ ସୁପରିଟେଣ୍ଡ ସୀତାଂଶୁ ଶେଖର ଶତପଥି ପ୍ରକାଶ କରିଛନ୍ତି।